ମଦ୍ରାସା ଇସଲାମିଆ ଆରାବିୟାରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଦିଲାୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବିୟାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ କାକଟ ମଙ୍ଗଳା କ୍ଲଷ୍ଟରର ସି.ଆର.ସି.ସି. ଦେବାଶିଷ ସାହୁ ଓ କୋରୋ କ୍ଲଷ୍ଟରର ସିଆରସିସି ସେକ ଜଲାଉଦ୍ଦିନ ଯୋଗଦେଇ ଶିଶୁମାନଙ୍କୁ ଦୁଇହଳ ଫ୍ରକ, ପ୍ୟାଣ୍ଟ, ସାର୍ଟ, ଜୋତା ଏକ ହଳ ଓ ମୋଜା ୨ହଳ, ଟି ସାର୍ଟ ଏକ ହଳ, ଟ୍ରାକ ପ୍ୟାଣ୍ଟ ଏକ ହଳ, ଟୋପି ଏକ ହଳ, ପରିଚୟପତ୍ର ବଣ୍ଟନ କରିବା ସହ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରି ଭବିଷ୍ୟତରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ମଦ୍ରାସାର ପ୍ରଧାନ ମୈାଲବୀ ସୟଦ ଅଖତର ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଦ୍ରାସା ପରିଚାଳନା କମିଟିର ସଦସ୍ୟ ଆଇନଜୀବୀ ସୟଦ ମୁକ୍ତାର ଅଲ୍ଲୀ, ସେକ ନୁରୁଦ୍ଦିନ, ସେକ ଗୟାସୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୈାଲାନା ଖୁର୍ସିଦ ଅନୱର, ସୟଦା ସୁହିଲ ଅଖତର, ସେକ ଦିୱାନ, ନସିମ ଖାଁ, ମୈାଲାନା ମୁସରଫ ବସ୍କ, ମୈାଲାନା କମାଲୁଦ୍ଦିନ, ମୈାଲାନା ମୁଜିବ ଅସରଫ, ମୈାଲାନା ମୀର ତବରେଜ, ସେକ ଅବଦୁଲ ମକସୁଦ, ମୈାଲାନା ମହମ୍ମଦ ଫୁରକାନ, ମହମ୍ମଦ ଅବଦୁସ ସଲାମ, ମହମ୍ମଦ ରିଜୱାନୁର ରହେମାନ ପ୍ରମୁଖ ମଦ୍ରାସାର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ