ଅନନ୍ତପୁର ଛକ ନିକଟରୁ ଗୋରୁ ବୋଝେଇ ଗାଡି ଜବତ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ଅନନ୍ତପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଜବତ କଲା ଚମାଖଣ୍ଡି ଥାନା ପୋଲିସ l ଗୁରୁବାର ସକାଳୁ ଚମାଖଣ୍ଡି ଥାନା ର ସବ ଇନସିପେକ୍ଟର ମାନସୀ ସାହୁ ଓ ଥାନାର କିଛି କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ହାଇୱା ପୋଲିସ ର ସହଯୋଗ ରେ ଉକ୍ତ ଟ୍ରକ କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖିଛି l ଅଟକ ଡ୍ରାଇଭର ଜଣକ ହେଲେ ତେଲେଙ୍ଗାନା ର ସାଦାମ ଖାନ l ଖୋର୍ଦ୍ଧା ଜଙ୍କିଆ ଠାରୁ ହାଇଦ୍ରାବାଦ ଯାଉଥିବା ବେଳେ ଏହି ଗାଡି କୁ ଜବତ କରାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି l ଏନେଇ ଚମାଖଣ୍ଡି ଥାନାରେ ୩୧୮/୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ଗୋରୁ ମାନଙ୍କୁ ସୋରଡ଼ା ସ୍ଥିତ ସୁରଭି ଗୋ ଧାମ ଗୋ ଶାଳା ରେ ରଖାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ