ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲର ଆଦର୍ଶ ଶିକ୍ଷକ ଶଶୀ ଶେଖର କରଶର୍ମା ଗତ ଗୁରୁଦିବସ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ପାଇବା ପରେ ଶ୍ରୀ କରଶର୍ମାଙ୍କୁ ଶିକ୍ଷକ ସଂଘ, ବିଭିନ୍ନ ଅନୁଷ୍ଠାନ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବନ୍ତ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ କରଶର୍ମାଙ୍କୁ ତାଙ୍କ ଆମ୍ପୋରସ୍ଥିତ ବାସଭବନରେ ଭେଟି ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପାଠ ପଢାଇବା ସହିତ ବ୍ଲକ ବିଜ୍ଞାନ ସଂଯୋଜକ, ଇକୋକ୍ଲବ ସଭାପତି, କେନ୍ଦୁଆପଦା ହାପିକ୍ଲବ ପରି ବହୁ ଅନୁଷ୍ଠାନର ପଦ ପଦବୀରେ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିବା ବେଳେ ତାଙ୍କୁ ଏହି ଜାତୀୟ ପୁରସ୍କାର ବହୁ ଆଗରୁ ଦେବାର ଥିଲା ବୋଲି ଶ୍ରୀ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଏହି ସମ୍ମାନ ତାଙ୍କୁ ଉତ୍ସାହିତ କରିଥିବା ବେଳେ ଆଗକୁ ବଢିବା ନେଇ ପ୍ରେରଣା ଯୋଗାଇବ ବୋଲି ଶ୍ରୀ କରଶର୍ମା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ