ଇମ୍ଫା ଶିଳ୍ପଗୋଷ୍ଠୀର ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଦ୍ବାରା ଉଦ୍‌ଘାଟିତ

ଚୌଦ୍ଵାର, (ଦୀପକ୍ କୁମାର୍ ବେଉରା):ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର
ପଂଚାୟତସ୍ଥିତ ବେରଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ଶଙ୍କରପୁର ପଂଚାୟତର ନୂତନ ଗୋଷ୍ଠୀ ଶୌଚାଳୟ ସହ ଜନସଧାରଣଙ୍କ ଉଦ୍ଦେଶ୍ୟରେ ଏକ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ଏହାର ଶୁଭ ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଏହାପରେ ମହିଷାଲଣ୍ଡା ଗ୍ରାମପଂଚାୟତର ଆମ୍ବିଳିଝରୀ ଗ୍ରାମରେ କିଛିଦିନ ତଳେ ଜଣେ ବ୍ୟକ୍ତି ଜାପାନୀ ଏନ୍‌ସିଫାଲାଟିସ୍ ନାମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପରାମର୍ଶକ୍ରମେ ଆମ୍ବିଳିଝରୀ ଗ୍ରାମର ସମସ୍ତ ବସ୍ତି ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଦୁଇଥର ମଶାମରା ଔଷଧ ଓ ଧୂଆଁ ରେ ବିଶୋଧନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଉକ୍ତ ଗ୍ରାମର ଆଦିବାସୀ ପରିବାରଙ୍କୁ ପ୍ରାୟ ୩୦୦ ମଶାରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧ୍ୟ ସେକ୍ ସାହାଜାନ, ଜିଲ୍ଲାପରିଷଦ ସଦସ୍ୟ ବିଶ୍ବଜିତ୍ ପ୍ରଧାନ, ମଙ୍ଗରାଜପୁର ସରପଂଚ ଦେବେନ୍ଦ୍ର ପାଣ୍ଡବ, ସମିତି ସଭ୍ୟ ମମତା ସାମାଦ୍, ଶଙ୍କରପୁର ସରପଂଚ ପ୍ରମୋଦିନୀ ଖଟୁଆ, ସମିତି ସଭ୍ୟ ସୁକାନ୍ତ ରାଉତ, ଇମ୍ଫା ଶିଳ୍ପଗୋଷ୍ଠୀ ର ସାଧାରଣ ପ୍ରଶାସକ ଜି.ସାରଦା ପ୍ରସାଦ ରାଓ, ସିନିୟର ମ୍ୟାନେଜର ମାନସ ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ଉପ ସାଧାରଣ ପ୍ରଶାସକ ଧୃବଚରଣ ରାଉତ ପରିଚାଳନା କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ