ଚୌଦ୍ଵାର ରେ ଡାଲା ଅଟୋ ବୋଝେଇ ଗୋରୁ ଗାଡ଼ି ଜବତ

ଚୌଦ୍ବାର, (ଦୀପକ କୁମାର ବେଉରା):ଚୌଦ୍ବାର ଥାନା ଅନ୍ତର୍ଗତ ଦେବୀନଗର ସ୍ଥିତ ଏକ ପେଟ୍ରୋଲ ପମ୍ପ୍ ନିକଟରୁ ଏକ ଡାଲାଅଟୋ ରେ ବନ୍ଧା ହୋଇ ବେଆଇନ୍ ଭାବେ ଚାଲାଣ ହେଉଥିବା ୪ ଗୋରୁକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନାଥାଉକି ଗୋଚାଲାଣ ହେଉଥ‌ିବା ନେଇ କୌଣସି ବିଶେଷସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ିର ପିଛା କରାଯାଇ ଦେବୀନଗରଠାରେ ଅଟକାଇଥିଲେ । ଗାଡ଼ିରେ ୪ ଗୋରୁଙ୍କୁ ବନ୍ଧାଯାଇ ଚାଲାଣ ହେଉଥିବା ବେଳେ ଏହାର କୌଣସି ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଥିଲା | ବଜରଙ୍ଗ ଦଳର ସଦସ୍ୟମାନଙ୍କର ସନ୍ଦେହ ହେବାରୁ ସେମାନେ ଗାଡ଼ିର ଡ୍ରାଇଭର ମାନସ ସାହୁକୁ ପଚାରିବାରୁ ସେ ଖୁଣ୍ଟୁଣୀ ଥାନାର ଲକ୍ଷ୍ମୀପୁରରୁ ଏହି ଗୋରୁଙ୍କୁ ନେଇ ଚୌଦ୍ଵାର ମୁଣ୍ଡମାଳ ଯାଉଥିବା ପ୍ରକାଶ କରିଥିଲା । ଏ ସମ୍ପର୍କରେ ବଜରଙ୍ଗ ଦଳ ସଦସ୍ୟମାନେ ଚୌଦ୍ଵାର ଥାନାକୁ ଖବର ଦେବା ପରେ ପୁଲିସ୍ ଉକ୍ତ ଗାଡ଼ି ସହ ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ