ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମିଲେଟ୍ସ ମିଶନ, କନ୍ଧମାଳ ଏବଂ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହଯୋଗରେ ମାଣ୍ଡିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରହଲ୍ଲାଦ ସେନାପତି, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅନିଲ ପ୍ରହରାଜ ଓ ସହକାରୀ କୃଷି ଅଧିକାରୀ, ଫିରିଙ୍ଗିଆ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରୀ ମାନଙ୍କ ସହ ଚାରା ରୋପଣ କରିବା ସହ ମାଣ୍ଡିଆ ଚାଷ, ଏହାର ରକ୍ଷଣାବେକ୍ଷଣ ଓ ଏହାର ବ୍ୟବହାର ଉପରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କ ଅଭିଭାବକ ମାନେ ମାଣ୍ଡିଆ ଚାଷ କରି ଲାଭବାନ ହୋଇପାରିବେ ବୋଲି କହିଥିଲେ। ମିଲେଟ୍ସ ମିଶନ, କନ୍ଧମାଳର ସଂଯୋଜିକା ସବିତା ସୁବୁଦ୍ଧି ଓ ସହ ସଂଯୋଜକ ଅଭିମନ୍ୟୁ ମହାରଣା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟରେ ମାଣ୍ଡିଆ ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଯୋଜନା କରିଥିଲେ। ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ ଅଗ୍ରଗାମୀର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ନାୟକ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହ ମାଣ୍ଡିଆ ଚାରା ବୃକ୍ଷ ରୋପଣ ଖେତକୁ ତଦାରଖ କରିବା ନେଇ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ