ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ସିପ୍‌

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ପିସ୍‌ର ସବ୍‌-ଜୁନିଅର୍ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣିଆ ଟିମ୍ ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ । ଆଜି ସେମାନଙ୍କୁ ଜର୍ସି ପ୍ରଦାନ କରି ପ୍ରତିଯୋଗିତାରେ ସଫଳତାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ହକି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଆସନ୍ତା ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଜୟଶ୍ରୀ କରଙ୍କ ଅଧିନାୟକତ୍ୱରେ ଟିମ୍ ପ୍ରଥମ ଲିଗ୍ ମ୍ୟାଚ୍ ପାଇଁ ମଇଦାନକୁ ଓହ୍ଲାଇବ । ଏଥିରେ ଗୋଲ୍‌କିପର୍‌ଭାବେ କ୍ରୀଡ଼ା ପ୍ରଦର୍ଶନ କରିବେ ଉଷାରାଣୀ ସାହୁ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳାଳୀମାନେ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଯାତ୍ରା କରିବେ । ଜର୍ସି ପ୍ରଦାନ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ବରିଷ୍ଠରାଜସ୍ୱ ସହାୟକ ଦିବାକର ମହାନ୍ତି, ସଞ୍ଜୟ କୁମାର ମଥାନ, ଟୁଲୁ ମଲ୍ଲିକ, ନିରଞ୍ଜନ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ