ଆଦିବାସୀ ଅଧ୍ୟୁଷିତଉପାନ୍ତ ଅଞ୍ଚଳରେ ୪୨ଟି ବିଦ୍ୟାଳୟରେ ତାଲା ବନ୍ଦ ଜାରି…

ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ):ଏୟୁସିଟିଏଫ୍ ର ଆହ୍ବାନ କ୍ରମେ ଜାମଦା ବ୍ଲକ ଶାଖା ତରଫରୁ ୩ ଦଫା ଦାବିରେ ବିଇଓ ଅଫିସ୍ ସମ୍ମୁଖରେ ଧାରଣାର ୨ୟ ଦିବସରେ ଅଲଷ୍ଟା ଜାମଦା ବ୍ଲକ ଶାଖାର ସମ୍ପାଦକ ସୁରେନ୍ଦ୍ର ନାୟକ ଉପସ୍ଥିତ ରହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଓ ସମର୍ଥନ କରିଥିଲେ |ତତ୍ ସହ ବହଳଦା ବ୍ଲକ ଏନ୍ପିଏସ୍ ସଂଘର ସଭାପତି ସୁବ୍ରତ କୁମାର ପଲେଇ ଏବଂ ବହଳଦା ବ୍ଲକ ସିଆରସିସି ସୂର୍ଯ୍ୟ ଭାଇ ଏବଂ ଜାମଦା ବ୍ଲକ ଗ୍ରାମାଞ୍ଚଳ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ନାଥ ମୁଣ୍ଡା ଧାରଣା ସ୍ଥଳରେ ଉପସ୍ଥିତ ରହି ଆନ୍ଦୋଳନକୁ ପୂର୍ଣ୍ଣମାତ୍ରାରେ ପ୍ରବର୍ତ୍ତାଇ ଥିଲେ |୩ଦଫା ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦେୈଳନ ଜାରି ରହିବ ବୋଲି ଜାମଦା ବ୍ଲକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି |ରାଜ୍ୟ ୟୁଏସ୍ଆଇ ସଂଗଠନର ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ କହଛନ୍ତି ଯେ,ରାଜ୍ୟ ସରକାର ଶିକ୍ଷକ ମାନଙ୍କର ପ୍ରତି ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ସମାଧାନ ର ପନ୍ଥା ବାହାର କରନ୍ତୁ ବୋଲି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କରିଛନ୍ତି |ସେହିପରି ଜାମଦା ବିଓ ସଦାନନ୍ଦଙ୍କ ଯୋଗାଯୋଗ କର୍ବାରୁ କହିଛନ୍ତି ଯେ ଶିକ୍ଷକମାନଙ୍କର ଦାବିପତ୍ର ଗ୍ରହଣ କରିଛି ଏବଂ ଏହା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଖୁବ୍ ଶିଘ୍ର ଜ୍ଞାତ କରାଇବି |ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭୋକ ଉପାସରେ ରହି ଧାରଣାରେ ବସି ରହୁଛନ୍ତି ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆମ ବିଓ ଅଫିସ୍ କାର୍ଯ୍ୟାଳୟରେ |ମୁଁ ଅତ୍ୟନ୍ତ ଦୁଃଖିତ,ତୁରନ୍ତ ଏହି ଉପରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଇବି ବୋଲି ମନ୍ତବ୍ୟ ବିଇଓ ଶ୍ରୀଯୁକ୍ତ ମହାନ୍ତ ନନ୍ଦିନୀ ପ୍ରତିନିଧିଙ୍କୁ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ