ପୂଜା ପାଇଲେ ଦେବ ଶିଳ୍ପୀ ବିଶ୍ୱକର୍ମା

ଛତ୍ରପୁର, (ଦେବଦତ୍ତ ମହାରଣା):ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ l ଚଳିତ ବର୍ଷ ପ୍ରଥମେ ଦେବ ଶିଳ୍ପୀ ଙ୍କ ପୂଜା ପଡୁଥିବାରୁ ସାରା ଅଞ୍ଚଳ ଆନନ୍ଦ ମୁଖରିତ ହୋଇପଡିଛି l ଛତ୍ରପୁର ସହର ସମେତ ଆଖପାଖ ଅଂଚଳରେ ଚଳିତ ବର୍ଷ ପବିତ୍ର ବିଶ୍ୱକର୍ମା ପୂଜା ମହା ସମାରୋହ ରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟୁତ ବଣ୍ଟନ ବିଭାଗ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମେତ ବହୁ ଶିଳ୍ପ ତାଲିମ ଅନୁଷ୍ଠାନ, ଆଇ ଆର ଇ ଏଲ, ଗୋପାଳପୁର ପୋର୍ଟ ଭଳି ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକରେ ପବିତ୍ର ବିଶ୍ୱକର୍ମା ପୂଜା ବହୁ ଧୁମଧାମ ରେ ପାଳନ ହୋଇଯାଇଛି । ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମ ରେ ବିଶ୍ୱକର୍ମା ସମାଜ ପକ୍ଷରୁ ମଧ୍ୟ ଏହି ପୂଜା ମହା ଆଡମ୍ଭର ସହକାରେ ପାଳନ କରାଯାଇଛି । ଯାହା ଫଳରେ ଚଳିତ ବର୍ଷ ଛତ୍ରପୁର ଆଖପାଖ ଅଂଚଳ ଚଳଚଂଚଳ ହୋଇପଡିଥିବା ବେଳେ ଭକ୍ତ ମାନେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ଚଳିତ ବର୍ଷ ଚିତାକର୍ଷକ ତୋରଣ ସହିତ ଆଲୋକ ସଜ୍ଜାରେ ସୁସଜ୍ଜିତ କରାଯାଇଛି । ସନ୍ଧ୍ୟାରେ ବିଶ୍ୱକର୍ମାଙ୍କ ଦର୍ଶନ ନିମନ୍ତେ ଜନସମାଗମ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ