ରାସନ୍ କାର୍ଡ ନଥିବା ରୁ ସ୍ବାସ୍ଥ୍ୟ ବୀମା କାର୍ଡ ମିଳିନି

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ରାଇକିଆ ବ୍ଲକ୍ ଦଡିଙ୍ଗିଆ ପଂଚାୟତ ର ଗରଡ଼ା କୁଟି ଗ୍ରାମର ଯାଦବ ପ୍ରଧାନ । ବୟସ ପାଖାପାଖି ୬୨, ପରିଣତ ବୟସ ରେ ପାଦ ଥାପିବା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଥକି ନାହାନ୍ତି । ପ୍ରତକ୍ୟ ଦିନ ଚାଷ ଜମିରେ ନିଜକୁ ନିୟୋଜିତ କରୁଛନ୍ତି । ପନି ପରିବା ଚାଷ ରୁ ଯାହା ରୋଜଗାର କରନ୍ତି ସେଥିରୁ ଗୁଜୁରାଣ ମେଣ୍ଟାନ୍ତି । ସରକାର ଙ୍କ ର ବହୁ ପ୍ରଚାରିତ ସ୍ୱାସ୍ଥ୍ୟବୀମା ଯୋଜନା ରେ ସେ ସାମିଲ ହୋଇପାରିନାହନ୍ତି । ଏହା ପଛରେ ବଡ କାରଣ ହେଉଛି ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କର ନାମ ନାହିଁ। । ରାସନ୍ କାର୍ଡ ନଥିବା ରୁ ଚାଉଳ ମିଳୁନି । ସ୍ୱଚ୍ଛଳ ବର୍ଗ ହୋଇନଥିଲେ ମଧ୍ୟ କିପରି ବାଦ୍ ପଡ଼ିଲେ ଏ ନେଇ ପଚାରିବାରୁ ଯାଦବ କୁହନ୍ତି, ଯେତେ ବେଳେ ରାସନ୍ କାର୍ଡ ପାଇଁ ଆବେଦନ କରାଯାଉଥିଲା ସେହି ସମୟ ରେ ମହିଳା ଙ୍କ ନାମ ରେ ହିଁ ଆବେଦନ କରାଯାଉଥିବା ଦର୍ଶାଇ ପଂଚାୟତ କାର୍ଯ୍ୟାଳୟ ରୁ ଫେରାଇ ଦିଆଇ ଯାଇଥିଲା ଯାଦବ ଙ୍କୁ । ତାଙ୍କ ସ୍ତ୍ରୀ ଙ୍କ ର ୨୦୧୩ ରୁ ପରଲୋକ ହୋଇଯାଇଥିବା ରୁ ସେ ଆଉ ରାସନ୍ କାର୍ଡ ପାଇଁ ଆବେଦନ କରି ପାରିଲେନି । ପରବର୍ତ୍ତୀ ସମୟ ରେ ଥରେ ଦୁଇ ଥର ପଂଚାୟତ କର୍ଯ୍ୟଳୟ କୁ ଯାଇଛନ୍ତି ରାସନ୍ କାର୍ଡ ପାଇଁ , କିନ୍ତୁ ନିରାଶ ହୋଇ ଫେରିଛନ୍ତି । ସ୍ଵାଭିମାନୀ ଯାଦବ ଆଉ କିନ୍ତୁ କାର୍ଡ ପାଇଁ ଦୌଡି ନାହାନ୍ତି । ଏହି ବୟସ ରେ ସ୍ୱାସ୍ଥ୍ୟ ଚିନ୍ତା ଘାରୁଥିବା ବେଳେ ସ୍ବାସ୍ଥ୍ୟ ବୀମା କାର୍ଡ ଟିଏ ତାଙ୍କର ନାହିଁ । ଏ ନେଇ ରାଇକିଆ ଯୋଗାଣ ନିରୀକ୍ଷକ କିରଣ ବେହେରା କୁହନ୍ତି, କିଛି ଦିନ ହେଲା ନୂତନ କାର୍ଡ ପାଇଁ ଆବେଦନ ବନ୍ଦ ରହିଛି । ପୁନର୍ବାର ଚାଲୁ ହେଲେ ପ୍ରାଥମିକତା ଭିତ୍ତି ରେ ତାଙ୍କୁ କାର୍ଡ ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ