ଓଲଟିଲା ଅଣ୍ଡା ଟ୍ରକ, ଡ୍ରାଇଭର ମୃତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଡାହାଲା ଛକ ତାରିଣୀ ମନ୍ଦିର ନିକଟରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟିପଡିବାରୁ ଏହାର ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏପି୦୩୭ଟିବି୩୯୭୯ ଟ୍ରକଟି ଅଣ୍ଡା ବୋଝେଇ କରି ଭୁବନେଶ୍ୱର ପଟୁ ବାଲେଶ୍ଵର ଅଭିମୁଖେ ଆସୁଥିଲା। ଗତ ଶନିବାର ବିଳମ୍ବିତ ରାତ୍ରିରେ ଗାଡିଟି କୌଣସି କାରଣ ବଶତଃ ଓଲଟି ପଡିଥିଲା। ଦୁର୍ଘଟଣା ଯୋଗୁ ଗାଡି ଡ୍ରାଇଭର ସିଲା ବୈମା ଶୁଭ୍ରମଣ୍ୟମଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ଘର ଆନ୍ଧ୍ରପ୍ରଦେଶ ରାଜ୍ୟର ବୋଲି ସୂଚନା ଦିଆଯାଇଛି। ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ବେଳେ ଗାଡିଟିକୁ ଜବତ କରିଛି। ଏନେଇ ଥାନା ପକ୍ଷରୁ୨୭୧/୨୩ରେ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ