ଖେମଜୀ ଛକରେ ଲାଗିଲା ସି ସି କ୍ୟାମେରା,ଉଦଘାଟନ କଲେ ଏସପି

ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ଅନନ୍ତ ଅନଙ୍ଗ ସୋସିଆଲ ଏକ୍ସନ ତରଫରୁ ସହଯୋଗ ପ୍ରୋଜେକ୍ଟ ମାଧ୍ୟମରେ ଖେମଜୀ ଛକରେ ଲାଗିଲା ସି ସି କ୍ୟାମେରା। ବାଲେଶ୍ୱର ଏସ ପି ସାଗରିକା ନାଥ ଏହି କ୍ୟାମେରା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବାଲେଶ୍ୱରର ବିଶିଷ୍ଟ ବ୍ୟବସାୟୀ ତଥା ଦୈନିକ ଖବରକାଗଜ “ଆଜିକାଲି”ର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଜିଲ୍ଲା ପୋଲିସ ପ୍ରଶାସନର ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ତେବେ ଏହି ଛକରେ ୪ଟି ସିସି କ୍ୟାମେରା ଲଗାଯାଇଥିବା ବେଳେ ଏହା ଟ୍ରାଫିକ ଓ ଅପରାଧ କୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ