ଖାଦ୍ୟ ବିଶକ୍ରୀୟା ଯୋଗୁଁ ଦୁବୁଲା ଗଡ଼ି ଅଞ୍ଚଳର ୬ ଜଣ ଗୁରୁତର
ବାଲେଶ୍ୱର, (ସରୋଜ ପଣ୍ଡା):କଷାଫଳ ଥାନା ଅର୍ନ୍ତଗତ ଦୁବୁଲାଗଡି ଅଞ୍ଚଳର ଖାଦ୍ୟ ବିଷକ୍ରୀୟା ଯୋଗୁଁ ୬ ଜଣ ଗୁରୁତର ହୋଇଛନ୍ତି।ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡ ରେ ଭର୍ତ୍ତି କରାଯାଇଛି।ତେବେ ଗୁରୁତର ମାନେ ହେଲେ ଦୁବୁଲାଗଡ ଅଞ୍ଚଳର ପ୍ରତିମା ମଣ୍ଡଳ,ରଶ୍ମିତା ଜେନା, ପ୍ରତ୍ୟାଶା ମାନ୍ନା,ମାମା ଜେନା,ସହଦେବ ଜେନା ଓ ଅନ୍ୟ ଜଣେ ୮ ବର୍ଷର ନାବାଳକ ବିଶ୍ୱଜିତ୍ ଜେନା ।ତେବେ ଶୁକ୍ରବାର ରାତିରେ ପଡୋଶୀ ଘରେ ଶୁଦ୍ଧିକ୍ରିୟା ରେ ଖାଦ୍ୟ ଖାଇଥିବା ବେଳେ ଶନିବାର ଘରେ ମାଛ ଭାତ ଖାଇଥିଲେ।ଆଜି ସକାଳ ପାଖରୁ ସମସ୍ତଙ୍କ ଦେହ ଅସୁସ୍ଥ ଲାଗିବା ସହ ଝାଡା ବାନ୍ତି ହୋଇଥିଲା।ଅତ୍ୟଧିକ ହେବାରୁ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା।ପରିବାର ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡରେ ଭର୍ତ୍ତି କରିଥିଲେ।