ସାହିତ୍ୟ ସଂସଦର କବିତାପାଠ, କର୍ମଶାଳା ଓ ଆଲୋଚନାଚକ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି):ରବିବାର ବନ୍ତ ବ୍ଲକ ଶ୍ରୀବନ୍ତପୁରସ୍ଥିତ ମା’ତାରିଣୀ ମନ୍ଦିର ପୀଠରେ ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର କବିତା ପାଠୋତ୍ସବ, କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦର ଉପସଭାପତି ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ଯୋଗ ଦେଇ ପ୍ରେମ, ପ୍ରଣୟ ଓ ପ୍ରତାରଣା ଉପରେ ମତ ରଖି ପ୍ରେମ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ ଉପରେ ଆଲୋଚନା କରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା ଦିଗରେ ପ୍ରଗତିବାଦୀ କବି ମାନଙ୍କ ଭୂମିକା ଉପରେ ମତ ରଖିଥଲେ । କବିତା ବିଚାରକ ତଥା ସମ୍ମୀକ୍ଷକ ଭାବେ ବିଶିଷ୍ଟ ଶିକ୍ଷାବିତ୍ତ୍ ଗଣେଷ ପ୍ରସାଦ କରଶର୍ମା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ ଓ ସାଇଚେତନା ସାହିତ୍ୟ ସଂସଦର ସମ୍ପାଦକ ଚର୍ତୁଭୁଜ ପହି ଯୋଗଦେଇ ପଠିତ କବିତା ଗୁଡ଼ିକର ମୁଲ୍ୟାୟନ କରିଥିଲେ । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ସଂଯୋଜକ ତଥା ସମ୍ପାଦକ ରମାକାନ୍ତ ଜେନା ସ୍ୱାଗତ ଭାଷଣ ରଖିଥିଲେ । ସାହିତ୍ୟିକ ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ କବି ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କବି ବାବାଜି ଚରଣ ଦଳେଇ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ଆଲୋକ ମୁଖାର୍ଜୀ, ସୁକାନ୍ତ ବେହେରା, କବୟିତ୍ରୀ ବନ୍ଦନା ରାଉତ, ଅମୁଲ୍ୟ କୁମାର ମିଶ୍ର, ଗୌରାଙ୍ଗ ଚରଣ ଖିଲାର, ସୁବୋଧ କୁମାର ସାହୁ, କିର୍ତ୍ତନ ଚରଣ ନାୟକ, ଶଂଙ୍ଖାଳୀ ଚରଣ ରାଉଳ, ରବିନ୍ଦ୍ର ବିଶ୍ୱାଳ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ପୂଜକ ବୁଦ୍ଧିରାମ ଦାଶ, ମହେଶ୍ୱର ଜେନା, ଦାମୋଦର ଜେନା, ଶ୍ରୀଧର ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ