କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର କୋର୍ କମିଟ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଓ ସଂକ୍ରାନ୍ତୀ ଉପଲକ୍ଷେ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ଝୁଲଣମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ କୋର୍ କମିଟି ବୈଠକ ସ୍ଥାୟୀ ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର କୋର୍ କମିଟି ସଦସ୍ୟମାନେ ଯୋଗଦେଇ ଆଗାମୀ ନଭେମ୍ବର ଶେଷ ସପ୍ତାହରେ ଏକ ଜିଲ୍ଲା ସ୍ତରୀୟ ବିଶାଳ ଖଣ୍ଡାୟତ କ୍ଷତ୍ରୀୟ ଭାଇମାନଙ୍କର ସଭା ଇଛାପୁରସ୍ଥିତ ରଥଦାଣ୍ଡରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏତଦ୍‌ବ୍ୟତିତ ଆସନ୍ତା ଏକ ସପ୍ତାହ ମଧ୍ୟରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ, ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ କମିଟି ଗଠନ କରିବା ପାଇଁ ରାଜ୍ୟ ମହାସଙ୍ଘକୁ ଅନୁରୋଧ କରାଗଲା । ରାଜ୍ୟ କମିଟି ଜିଲ୍ଲା କମିଟିର ପୁର୍ନଗଠନ ଶେଷ କଲା ପରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଞ୍ଚଳର ସଭାପତି ଏବଂ କର୍ମକର୍ତ୍ତା ଚୟନ କରିବା ପାଇଁ ଆଜିର ବୈଠକରେ ସଭାପତିଙ୍କୁ କ୍ଷମତା ଅର୍ପଣ କରାଗଲା । ସଭାପତି ଶ୍ରୀ ବେହୁରା ଗତ ୧୦ତାରିଖରେ ଅନୁଷ୍ଠିତ ଜିଲ୍ଲା କମିଟିର ବୈଠକକୁ ସଫଳ ରୂପାୟନ କରିଥିବା ବେଳେ ରାଜ୍ୟ ସ୍ତରୀୟ ସମସ୍ତ ନେତୃବୃନ୍ଦ ଏଥିରେ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଆଗାମୀ ଦିନରେ ଖଣ୍ଡାୟତ ଓ କ୍ଷତ୍ରୀୟ ମହାସଭାର ବାର୍ତ୍ତା ଜିଲ୍ଲାର କୋଣଅନୁକଣରେ ପହଞ୍ଚାଇବା ପାଇଁ ସଭାପତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଡେରାବିଶ ବ୍ଲକରୁ ତରୁଣରଞ୍ଜନ ପ୍ରଧାନ, ଶାନ୍ତିଭୂଷଣ ଭୂୟାଁ, ମହାକାଳପଡା ବ୍ଲକରୁ ସରୋଜ କୁମାର ପରିଡା, ବିଶ୍ୱଜିତ ରାୟ, ଅମୁଲ୍ୟ କୁମାର ରାଉତ, କେନ୍ଦ୍ରାପଡା ବ୍ଲକରୁ ଗୋଲେଖ ଚନ୍ଦ୍ର ପଢିଆରୀ, ବିପିନ ଚନ୍ଦ୍ର ସାହୁ, ପିତବାସ ବେହେରା(ଚଗୁଲୀ), ଭାଗୀରଥି ଜେନା, ଆଳି ବ୍ଲକରୁ ଧନେଶ୍ୱର ରାଉତ, ସୁମନ୍ତ କୁମାର ରାଉତ, ରାଜକନିକା ବ୍ଲକରୁ ଦିଲ୍ଲିପ କୁମାର ରାଉତ, ମାର୍ଶାଘାଇ ବ୍ଲକରୁ ସର୍ବେଶ୍ୱର ଦାସ, ଗୁଣନିଧି ଦାସ, ଗରଦପୁର ବ୍ଲକରୁ ନରୋତ୍ତମ ରାଉତ, ଅଟଳବିହାରୀ ଜେନା, ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରୁ ଅମର କୁମାର ନାୟକ, ନାରଣ ରଞ୍ଜନ ବିଶ୍ୱାଳ, କେନ୍ଦ୍ରାପଡା ପୈାରାଞ୍ଚଳରୁ ସଂଗ୍ରାମକେଶରୀ ଜେନା, ଭାବଗ୍ରାହୀ ମଲ୍ଲିକ, ମାନସ କୁମାର ରାଉତରାୟ, ପ୍ରମୋଦ କୁମାର ମହାନ୍ତି, ଚନ୍ଦନ କୁମାର ପରିଡା, ପଟ୍ଟାମୁଣ୍ଡାଇ ବ୍ଲକରୁ ରତ୍ନାକର ସାମଲ, ପ୍ରଭାତ ସ୍ୱାଇଁ, ରାଜନଗର ବ୍ଲକରୁ ବିପ୍ଳବ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ସୁଶିଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ବାର୍ତ୍ତାକୁ ଜିଲ୍ଲାର କୋଣଅନୁକଣରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ