ବିଜେପି ହୁମ୍ମା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଡିଆଁଡି ଗ୍ରାମରେ ବିଜେପିର ହୁମ୍ମା ମଣ୍ଡଳର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ଧ୍ରୁବ ଚରଣ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ସଂଯୋଜକ କୀର୍ତ୍ତନ ଦାସ, ମସ୍ୟଜୀବୀ ସଂଯୋଜକ ଭୀମସେନ ବେହେରା, ଜିଲ୍ଲାଉପସଭାପତି ରଶ୍ମିରାଣୀ ମହାପାତ୍ର , , ବିଧାୟକ ପାର୍ଥି ପ୍ରଶାନ୍ତ କର, ସରପଞ୍ଚ ସନ୍ତୋସିନି ବେହେରା, ସମିତି ସଭ୍ୟ ମାମିଦାସ, ପୁର୍ବତନ ଉପାଧ୍ୟକ୍ଷ ପ୍ରଭାକର ନାୟକ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାସ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଅରମ୍ବ ହୋଇଥିବା ବିଶ୍ଵକର୍ମା ଯୋଜନା ଉପରେ ଆଲୋଚନା ହୋଇଥିଲା। ସହିଦ ହୋଇଥିବା ଅଶୋକ ନାୟକଙ୍କ ସିପକୁଦା ଗ୍ରାମରେ ମୋମାଟି- ମୋଦେଶ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିଲା। ହୁମ୍ମା ମଣ୍ଡଳର ବୁଥସ୍ତରୀୟ କାର୍ଯ୍ୟକାର୍ତ୍ତଙ୍କ ନାମ ଘୋଷଣା କରାଯାଇଥିଲା। ଆଗାମୀ ନିର୍ବାଚନ ପାଇଁ ବୁଥ ସ୍ତରରେ ବୈଠକ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ଥିର ହୋଇଥିଲା। ପୁର୍ବତନ ସରପଞ୍ଚ ମାନସ ରଞ୍ଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ରମାକାନ୍ତ ନାୟକ, ବଂଶୀଧର ନାୟକ, ସୌରଭ ମିଶ୍ର, ସୁମନ ଦାସ, ପଦ୍ମସାହୁ, ଜିଲ୍ଲା ସଂପାଦକ ଲକ୍ଷ୍ମୀ ଚରଣ ପଣ୍ଡା,ପୁର୍ବତନ ଉପାଧ୍ୟକ୍ଷ ବସନ୍ତ ନାୟକ, ଲୋକସଭା ପ୍ରଭାରୀ ରାମପ୍ରସାଦ ନାୟକ ପ୍ରମୁଖ ସମେତ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ