ପ୍ରଶାସନ ର ହସ୍ତକ୍ଷେପ ପରେ ସାମାଜିକ ବାସନ୍ଦ ରୁ ମୁକୁଳିଲେ ୧୩ ପରିବାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବରୋଇ ଗ୍ରାମର ଗୋଟିଏ ସମ୍ପ୍ରଦାୟ ମଧ୍ୟରେ ବିବାଦ ଦୁଇ ଗୋଷ୍ଟି ହେବା ପରେ ଗୋଟିଏ ଗୋଷ୍ଠି ର ୧୩ ପରିବାରଙ୍କୁ ସାମାଜିକ ବାସନ୍ଦ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି। ବାସନ୍ଦ ପରିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ନିକଟରେ ଅଭିଯୋଗ କରିବା ପରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ନିର୍ଦେଶ ଅନୁଯାୟୀ ପାଟପୁର ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଆପୋଷ ସମାଧାନ ମିଳାମିଶା ହୋଇଥିବା ଜଣାପଡ଼ିଛି। କାଳିବୋରାଇ ଗ୍ରାମ ଅନୁସୂଚିତ ଜନଜାତି ଖ୍ରୀଷ୍ଟ ଧର୍ମାବଲାମ୍ବୀ ପ୍ରାୟ ୪୫ ପରିବାର ଏବଂ ହିନ୍ଦୁ ଧର୍ମ ର ୨୧ ପରିବାର ଲୋକ ଦିର୍ଘ ଦିନ ଧରି ରହୀ ଆସୁଛନ୍ତି।। ହେଲେ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରିଥିବା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟ ବିବଦା ଲାଗିରହିଛି । ଗୋଟିଏ ଗୋଷ୍ଠୀର କିଛି ବ୍ୟକ୍ତି ନିଜଧର୍ମ ର ନୀତି ନିୟମ ଉଲଙ୍ଘନ କରିଥିବା ନେଇ ଅନ୍ୟ ଗୋଷ୍ଠି ର ୧୩ ପରିବାରଙ୍କୁ ସାମାଜିକ ବାସନ୍ଦ କରିଥିଲେ । ଯାହା ଫଳରେ ଉକ୍ତ ପରିବାର ଲୋକ ବହୁ କଷ୍ଟ ନିର୍ଯାତନା ର ଶିକାର ହେଉଥିଲେ। ଏମିତିକି ଗ୍ରାମରୁ ତଡ଼ିବାକୁ ଯୋଜନା କରାଯାଉଥିବା ବେଳେ ଏନେଇ ଶୁକ୍ରବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ୧୩ଟି ପରିବାର । ଏହାପରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜଗମୋହନ ମିନା ଏହାର ସମାଧାନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଟପୁର ଆମ ପୋଲିସ ସମିତି ପକ୍ଷରୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସାନଖେମୁଣ୍ଡି ତହସିଲଦାର ଡ ଶ୍ରୀନିବାସ ବେହେରା , ପୋଡ଼ାମାରୀ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଜିଲ୍ଲା ସମ୍ପାଦକ ପାର୍ବତୀ ବେହେରା, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ବିଷ୍ଣୁ ସିଦ୍ଧେଶ୍ୱର ନାୟକ, ଟି.ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ଅଧିବାସୀ ଶାନ୍ତି କମିଟି ସଭାପତି ଚନ୍ଦ୍ରଶେଖର ଜାନି ଙ୍କ ସମେତ ଉଭୟ ଗୋଷ୍ଠୀ ର ସମସ୍ତ ପରିବାର ଲୋକେ ଏକତ୍ରିତ ହୋଇ ଆପୋଷ ବୁଝାମଣା ସମାଧାନ ହୋଇଥିଲା। ବହୁତ ଦିନ ଧରି ଅବହେଳିତ ନିର୍ଯାତିତା ପରିବାର ଆଜି ନିଜର ନ୍ୟାୟ ପାଇଥିବାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଉକ୍ତ ବୈଠକ ରେ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ