ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଅଣ ସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ସହରାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ଙ୍କ ପରାମର୍ଶ କ୍ରମେ ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳର ପେଟରାଜ ପେଟା ସାହି କୋଠଘର ପରିସରରେ ପ୍ରଥମ ଶିବିର ସେପ୍ଟେମ୍ବର ୧୫ ତାରିଖରେ ୩୦ଜଣ ପୁରୁଷ ୬୧ଜଣ ମହିଳା, ଦ୍ୱିତୀୟ ଶିବିର ଦେବୀନଗର ମିଶନ ଶକ୍ତିଗୃହ ଠାରେ ଏହି ମାସ ୧୬ ତାରିଖରେ ୪୮ଜଣ ପୁରୁଷ ୫୧ଜଣ ମହିଳାଙ୍କର ଅଣ ସଂକ୍ରାମକ ରୋଗ ଚିହ୍ନଟ ସହ ନୂତନ ଓ ପୁରାତନ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ମସ୍ତିଷ୍କାଘାତ ଭଳି ଅଣ ସଂକ୍ରାମକ ରୋଗ ପାଇଁ ଚିକିତ୍ସା କରାଯାଇଅଛି।ଆଜି ରିକାପଲ୍ଲୀ ସ୍ଥିତ ସହାନୁଭୂତି କେନ୍ଦ୍ର ପରିସରରେ ଆୟୋଜିତ ତୃତୀୟ ଅଣ ସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିରକୁ ବାର ନମ୍ୱର୍ ୱାର୍ଡ କାଉନସିଲର ଶ୍ରୀମତୀ ବି ନିଶ୍ଚଳା ସ୍ବାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।ଉପଖଣ୍ଡ ଚିକିତ୍ସାଳୟର ଜୁନିଅର ହସ୍ପିଟାଲ ମ୍ୟାନେଜର ଶ୍ରୀ ଗଣେଶ ନାହାକଙ୍କ ତତ୍ତ୍ଵାବଧାନରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ କର୍ନେଲ ଡାକ୍ତର ମଧୁସୂଦନ ପଣ୍ଡାଙ୍କ ନେତୃତ୍ୱରେ ୪୩ଜଣ ପୁରୁଷ ଓ ୬୭ଜଣ ମହିଳା ମାନଙ୍କର ଶରୀର ଓଜନ, ଉଚ୍ଚତା,ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା କରି ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା। ଅଣ ସଂକ୍ରାମକ ରୋଗରେ ପଡ଼ିତ ରୋଗୀଙ୍କୁ ନିୟମିତ ଚିକିତ୍ସାର ସୁବିଧା ନିମନ୍ତେ ଚିକିତ୍ସା ପୁସ୍ତକ ମଧ୍ୟ ପ୍ରଦାନ କରିବା ସହ ନିୟମିତ ରୋଗର ଚିକିତ୍ସା କରାଇବା ପାଇଁ ପରାମର୍ଶ ଦିଆଯାଇଅଛି। ଫାର୍ମାସିଷ୍ଟ ସତ୍ୟ ରଞ୍ଜନ ବେହେରା, ଅଣସଂକ୍ରାମକ ରୋଗ ପରାମର୍ଶଦାତା ଡି ଦେବହରି ରେଡ୍ଡୀ,ନର୍ସିଂ ଅଧିକାରୀ ମନୀଷା ମଲ୍ଲିକ, ବହୁମୁଖି ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ରିନାକୁମାରୀ ପ୍ରଧାନ, ଲାବ ଟେକ୍ନିସିଆନ ଦିଲୀପ ବେହେରା ପ୍ରମୁଖ ଶିବିରକୁ ପରିଚାଳନା ଓ ଆକାଉଣ୍ଟାଣ୍ଟ ରାହୁଲ କୁମାର ସାହୁ, ସ୍ନେହିରାଣି ବେହେରା, ଡି ଧର୍ମା ରେଡ୍ଡୀ,ଆଶା କର୍ମୀ ଶ୍ରୀମତୀ ଶାନ୍ତିଲତା ଆଚାର୍ଯ୍ୟ,ପ୍ରଣିତା କୁମାରୀ ପାଢ଼ୀ,ନିରୁପମା ପାଣିଗ୍ରାହୀ, ଅଙ୍ଗନୱାଡ଼ି କର୍ମୀ ଝୁନୁ ବେହେରା, ଲକ୍ଷ୍ମିଲତା ନାୟକ, କେ ଭାନୁମତି, ଦୁଃଖିଶ୍ୟାମ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ