ଛତ୍ରପୁର ଏନଏସି ର ନିର୍ବାଚିତ ପ୍ରତିନିଧିଙ୍କ ଏକ୍ସପୋଜର ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ କାଉନସିଲରମାନେ ମହାବୀର ନଗରରେ ଥିବା ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଏକ୍ସପୋଜର ପରିଦର୍ଶନ କରିଥିଲେ | ଉକ୍ତ ପ୍ଲାଣ୍ଟ ରେ କିପରି ଶୌଚାଳୟ ବଜ୍ୟବସ୍ତୁ (ମଳ) ଓ କଠିନ ବଜ୍ୟବସ୍ତୁ ପରିଚାଳନା କରାଯାଉଛି ତାହା ନିର୍ବାଚିତ ପ୍ରତିନିଧି ମାନେ ଦେଖିବା ସହ ଆଉ କଣ କରିବା ଆବଶ୍ୟକ ରହିଛି ତାହା ଉପରେ ମଧ୍ୟ ଦେଇଥିଲେ | ଏହି ପ୍ଲାଣ୍ଟ କୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଏହାର ପରିଚାଳନା କରୁଛନ୍ତି | ସହରରେ ଯେଉଁ ସବୁ ବଜ୍ୟବସ୍ତୁ ଏନଏସି ପକ୍ଷରୁ ସଂଗ୍ରହ କରାଯାଉଛି ସେହି ଗୁଡିକୁ ଏହି ପ୍ଲାଣ୍ଟ ଅଣାଯାଇ ବିଭିନ୍ନ ଉପାୟରେ ଅଣୁ ଜୈବିକ ଖତ କରାଯାଉଛି ଏବଂ ସେହି ଖତ କୁ ମଧ୍ୟ ବିକ୍ରି କରାଯାଉଛି | ପରେ ଜନ ପ୍ରତିନିଧିମାନ ଙ୍କୁ ପରିମଳ ସମ୍ବନ୍ଧରେ ଏକ ସଚେତନତା କରାଯାଇଥିଲା | ପରିବେଶ ଉପରେ ପରିମଳ ଓ ବଜ୍ୟବସ୍ତୁ କଣ ସବୁ ପ୍ରଭାବ ପକାଉଛି ସେ ଉପରେ ଆଲୋଚନା ହୋଇଥିଲା | ଏହାର ସଠିକ ପରିଚାଳନା ନ ହେଲେ କଣ ସବୁ ଅସୁବିଧା ସୃଷ୍ଟି ହୋଇଥାଏ କୁହାଯାଇଥିଲା | ଲୋକମାନେ ମଧ୍ୟ ସଚେତନତା ହେବା ଜରୁରୀ, ଡ୍ରେନ ଭିତରେ କଠିନ ବଜ୍ୟବସ୍ତୁ ପଡିଲେ ଜଳ ନିଷ୍କାସନ ରେ ବାଧା ହୋଇଥାଏ | ଏହି କାର୍ଯ୍ୟକ୍ରମ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଇଓ ସମ୍ବିତ ସଂଗ୍ରାମଜିତ ସାହୁ, କନିଷ୍ଠଯନ୍ତ୍ରୀ ସୁଶାନ୍ତ କୁମାର ଷଡ଼ଙ୍ଗୀ ଓ ଜ୍ୟୋସ୍ନାମୟୀ ଜେନା,ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, ସିଇଓ ଗାୟତ୍ରୀ ସାମଲଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ