ନୀଳଗିରି କୁ ଜିଲ୍ଲା ଦାବି କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ପଦଯାତ୍ରା

ବାଲେଶ୍ଵର, (ଚିତ୍ତରଞ୍ଜନ ଦାସ) : ନୀଳଗିରି କୁ ଜିଲ୍ଲା ଦାବି ନେଇ, ଆଜି ପୂର୍ବାହ୍ନରେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଦୀର୍ଘ ୨୦ କିଲୋମିଟର ପଦଯାତ୍ରା ରେ ବାହିରିଲେ ୫୦୦ ଶହରୁ ଊର୍ଦ୍ଧ୍ବ ନୀଳଗିରି ବାସୀ। ନୀଳଗିରି ଜଗନ୍ନାଥଙ୍କ ଆଜ୍ଞା ମାଳ ନେବା ପରେ, ପଦଯାତ୍ରା କୁ ଶୁଭାରମ୍ଭ କଲେ, ଔପଦା ବ୍ଲକ୍ ର ୯୦ ବର୍ଷୀୟ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ବାଲେଶ୍ଵର ଜିଲ୍ଲାପାଳଙ୍କୁ ଭେଟି ମହାମହିମ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ,ଜିଲ୍ଲପାଳଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରିବେ ବୋଲି କମିଟି ପକ୍ଷରୁ ସୂଚନା ଦେଇଥିଲେ ।ନୀଳଗିରି ସ୍ଵାଧୀନ ଗଡ଼ଜାତ ରାଜ୍ୟ ଭାବେ ସ୍ବାଧିନତୋର ଭାରତ ବର୍ଷରେ ପ୍ରଥମ ଗଡ଼ଜାତ ଭାବେ ମିଶ୍ରଣ ହୋଇଥିଲା । ସେହି ସମୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ନୀଳଗିରି ଗଡ଼ଜାତ କୁ ସତନ୍ତ୍ର ମାନ୍ୟତା ଦେବା ପାଇଁ ଚୁକ୍ତି ନାମରେ ଲିପିବଦ୍ଧ ରହିଥିଲା। କିନ୍ତୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ମଧ୍ୟ, କେନ୍ଦ୍ର କିମ୍ବା ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଇନଥିବା, ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି।ତେବେ ଏହି ପଦଯାତ୍ରା ଦିନ ଗୋଟାଏ ବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନୀଳଗିରି କୁ ଏକ ସ୍ବତନ୍ତ୍ର ଜିଲ୍ଲା ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଏହି ସ୍ମାରକପତ୍ର ଆବାହକ ତଥା ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ