ଧାରଣାରେ ବସିଲେ ବିଦ୍ୟାର୍ଥୀ ଓ ଅଭିବାବକ

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ସହରର ସର୍ବପୂରାତନ ତଥା ୧୫୦ ବର୍ଷର ଏକ୍ସବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ତଥା ଅନ୍ୟାନ୍ୟ ସମସ୍ୟା ନେଇ ଆଜି ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ଭିତରେ ଚାଲୁଥିବା ଅଙ୍ଗନାବାଡ଼ି ଦିଦିଙ୍କୁ ବାହାରେ ରଖି ମୁଖ୍ୟ ଫାଟକକୁ ତାଲା ପକାଇଦେଇଥିଲେ। ପରେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ର ଛାତ୍ରୀ ଓ ଅବିଭାବକ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ସିଆରସିସି ମହେଶ ବେହେରା ପରେ ଏବିଇଓ ସଂଯୁକ୍ତା କୁମାରୀ ବେହେରା ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଶୁଣିନଥିଲେ।ଧାରଣା ଷ୍ଟାଳକୁ ଗଞ୍ଜାମ ଏନଏସି ର ଅଧ୍ୟକ୍ଷଙ୍କ ପ୍ରତିନିଧି ଇଂ ଵିନୋଦ କୁମାର ପାଢୀ ଆସି ଜିଲ୍ଲାଶିକ୍ଷା ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଜିଲ୍ଲାଶିକ୍ଷାଅଧିକାରୀ ଧାରଣା ସ୍ଥଳକୁ ବିଇଓଙ୍କୁ ପଠାଉଛନ୍ତି ବୋଲି କହିଥିଲେ।ପରେ ବିଇଓ ଭାଗିରଥୀ ବେହେରା ନ ଆସି ଫୋନ ଯୋଗେ ସ୍କୁଲ ପରିଚାଳନା କମିଟି ସଭ୍ୟ ସହ ଆଲୋଚନା କରିବା ସମୟରେ ତମ ହାତରେ କଣ କର ବୋଲି କହିବାରୁ ଧାରଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ବିଇଓ ନିଜେ ଧାରଣା ସ୍ଥଳକୁ ଆସି ଆଲୋଚନା କରି ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନ କାରୀମାନେ କହିଛନ୍ତି। ପରେ ଏବିଇଓ ବେହେରା ଓ ସିଆରସିସି ବେହେରା ସ୍କୁଲକୁ ଆସି ପୁନର୍ବାର ଆଲୋଚନା କରିବା ସହବ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ବିଇଓ ବେହେରାଙ୍କ ଲିଖିତ ଚିଠି ପ୍ରଦାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।
ସୂଚନାଯୋଗ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଗତମାସରେ ଆକ୍ରୋଶ ମୂଳକ ଭାବେ ଚାକିରୀ ରୁ ସସପେଣ୍ଡ କରିବା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ପ୍ରତିବାଦ ସ୍ବରୂପ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିଲେ ଧାରଣା। ପରେ ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ବିଜୟ କୁମାର ବେହେରା ତିନିଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ଲିଖିତ ଭାବେ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ