ଘୁମୁସର ବୈଦ୍ୟ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଘୁମୁସର ବୈଦ୍ୟ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ କୁଶପଲ୍ଲୀ ଠାରେ ମହାସମାରୋହରେ ପାଳିତ ହୋଇଛି। ସକାଳୁ ଦେବଶ୍ରୀ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା ପରେ ସଭାପତି ଗୋପାଳକୃଷ୍ଣ ପତିଙ୍କ ପୌରହିତ୍ୟରେ ପତକା ଉତ୍ତୋଳନ କରାଯାଇଥିଲା। ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ମୁଖ୍ୟବକ୍ତ ଭାବେ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି,ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଦାସ,ଡା.ସଚ୍ଚିଦାନନ୍ଦ ସାହୁ,ଶ୍ୟାମ ସୁନ୍ଦର ରଣସିଂ ପ୍ରମୁଖ ଯୋଗଦେଇ ସଂପ୍ରତିକ ପାରମ୍ପରିକ ଚିକିତ୍ସା ଦିଗରେ ବୈଦ୍ୟ ମାନଙ୍କ ଭୂମିକା ସଂର୍ପକରେ ଆଲୋଚନା କରିଥିଲେ। ବିଶେଷ କରି ବନ ଔଷଧୀ ରକ୍ଷଣାବେକ୍ଷଣା ଦିଗରେ ବୈଦ୍ୟ ମାନଙ୍କ ସହଯୋଗ କିଭଳି ରହିବା ଆବଶ୍ୟକ ସେ ସଂର୍ପକରେ କହିଥିଲେ। ଏଥିସହ ବୈଦ୍ୟ ପରମ୍ପରାକୁ ଉଜ୍ଜିବତ ରଖିବା ପାଇଁ ନୂଆଁ ପିଢି ସୃଷ୍ଟି କରିବାକୁ ମୁଖ୍ୟ ଅତିଥି ଆହ୍ବାନ ଦେଇଥିଲେ। ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବୃନ୍ଦାବନ ନାୟକ ପରିଚାଳନା କରିଥିଲେ। ଉପସଭାପତି ତ୍ରିଲୋଚନ ବିଷୋୟୀ,କୋଷାଧ୍ୟକ୍ଷ କେ.ଶ୍ରୀନିବାସ ପାତ୍ର,ସହସମ୍ପାଦକ ଦିଲ୍ଲିପ କୁମାର ସ୍ବାଇଁ,ସୁରେନ୍ଦ୍ର ନାଥ ସାହୁ, ସନ୍ତୋଷ କୁମାର ସାହୁ,ପ୍ରବୀଣ କୁମାର ସାମନ୍ତରା,ଭୀକାରି ଚରଣ ଗୌଡ,ଗୋପାଳ ଆରୁଖ,ବିରୁପାକ୍ଷ ବେହେରା,ବିପିନ ଚନ୍ଦ୍ର ନାୟକ,ଲକ୍ଷ୍ମଣ ନାୟକ,ରୋହିତ ମଲ୍ଲିକ,କାହ୍ନୁ ଚରଣ ଦାସ,ସତ୍ୟ ନାରାୟଣ ଡାକୁଆ,ଭରତ ପ୍ରଧାନ,ଗୌରାଙ୍ଗ ପାଣିଗ୍ରାହୀ,ପ୍ରଶାନ୍ତ କୁମାର ପ୍ରଧାନ,ମହେଶ୍ବର ବିଷୋୟୀ,ଦେବୀ ପ୍ରସାଦ ପାତ୍ର ବୈଦ୍ୟ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବୈଦ୍ୟ ଶାନ୍ତିଲତା ପତି ଏବଂ ଏସ୍ ଚନ୍ଦ୍ର ଶେଖର ପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଏସ୍ ଶ୍ରୀଲକ୍ଷ୍ମୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ