ଉପାଧ୍ୟକ୍ଷଙ୍କ ଉଦ୍ୟମରେ ବଞ୍ଚୋ ଛକରେ ନିର୍ମାଣ ହେବ ନୂତନ ବିଶ୍ରାମଗାର

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ବଞ୍ଚୋ ଛକରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଯାତ୍ରୀ ବିଶ୍ରାମଗାର ନୂତନ ରୂପରେଖ ନେବାକୁ ଯାଉଛି। ଏଠାରେ ବହୁ ପୂର୍ବରୁ ନିର୍ମାଣ ହୋଇଥିବା ଯାତ୍ରୀ ଵିଶ୍ରାମଗାର ଟି ବିପଦ ସଂକୁଳ ହୋଇପଡିଥିବାରୁ କେହି ଏଠାରେ ବିଶ୍ରାମ ନେଉ ନଥିଲେ। ତେଣୁ କଲେଜ ଯାଉଥିବା ଛାତ୍ରଛାତ୍ରୀ, ଭତ୍ତା ପାଇଁ ଆସୁଥିବା ବରିଷ୍ଠ ନାଗରିକ ଓ ବିଭିନ୍ନ ସ୍ଥାନକୁ ବସରେ ଯିବାକୁ ଅପେକ୍ଷା କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ବିଡ଼ିଓ ଏବଂ ଉପଜିଲ୍ଲାପାଳ ଙ୍କୁ ଜଣାଇ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି କରିଥିଲେ। ଏପରିକି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉକ୍ତ ବିଶ୍ରାମାଗାର ପରିଦର୍ଶନ କରି ଏହାର ଯଥାର୍ଥତା ହୃଦୟଙ୍ଗମ କରିଥିଲେ। ଅଲ୍ପ ଦିନ ଭିତରେ ପୁରୁଣା ବିଶ୍ରାମଗର ଟିକୁ ଭାଙ୍ଗି ନୂତନ ବିଶ୍ରାମଗର ନିର୍ମାଣ କରିବାପାଇଁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ଉପାଧ୍ୟକ୍ଷ ରତିକାନ୍ତ ରାଉତ କହିଛନ୍ତି। ବିଡ଼ିଓଙ୍କ ଗ୍ରସ୍ଥ ସମୟରେ ସୁଧାଂଶୁ ରାଉତ, ଛବିନ୍ଦ୍ର ନାୟକ, ବୈରାଗୀ ସ୍ୱାଇଁ, ସନାତନ ଓଝା, ଅଶାନ୍ତ ନାୟକ, ପ୍ରଭାକର ଖଣ୍ଡା, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ପ୍ରୀୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ