ସହୋଦୟା ସ୍କୁଲ ତରଫରୁ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସଵ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ରେ ଅବସ୍ଥିତ ତକ୍ଷସିଲା ଆବାସିକ ସ୍କୁଲ ! ଦକ୍ଷିଣ ଓଡିଶା ସହୋଦୟା ବିଦ୍ୟାଳୟ ସମୁଦାୟ ତରଫରୁ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ତକ୍ଷସିଲା ସ୍କୁଲ ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ! ଏହି ଉତ୍ସବ କୁ ତକ୍ଷସିଲା ଆବାସିକ ବିଦ୍ୟାଳୟ ର ଅଧକ୍ଷ ବ୍ରଜ ରଙ୍ଗ ଲାଲ ଚୌଧୁରୀ କ୍ରୀଡା ପତାକା ଦେଖାଇ ଉତ୍ସବ କୁ ଆରମ୍ଭ କରିଥିଲେ ! ସି ବି ଏସ ଇ ବିଦ୍ୟାଳୟ ର ତେର ଟି ବିଦ୍ୟାଳୟ ରୁ ପ୍ରାୟ ଚାରିସହ ଛାତ୍ରୀ ଓ ଛାତ୍ର କ୍ରୀଡା ରେ ଭାଗ ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ର ଅଧକ୍ଷ କେ ନାଗେଶ୍ୱର ରାଓ ! ଏହି କ୍ରୀଡା ରେ ଦୌଡ଼ , ଭଲିବଲ , ସ୍କିପଙ୍ଗ , ଖୋ ଖୋ ଚେସ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! କ୍ରୀଡା ଉତ୍ସବ ରେ ହର ପ୍ରସାଦ ପଣ୍ଡା , କଳ୍ପନା ପାତ୍ର , ବିନାୟକ ହୋତା , ଭୀମ ସେନ ସାହୁ , ବିଷ୍ଣୁ ପ୍ରସାଦ ପୁରୋହିତ ଲଷ୍ମୀ କାନ୍ତ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଶିକ୍ଷକ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ମିଶ୍ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ