ପୁଣି ଗଜପତିର ଆନ୍ଧ୍ର ସୀମାନ୍ତରେ ମହାବଳ ବାଘ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ପୁଣି ଗଜପତିରେ ମହାବଳ ବାଘ ଆତଙ୍କ. ଗଜପତିର ପଡୋଶୀ ଆନ୍ଧ୍ରର ଶିକାକୁଲମ ଜିଲ୍ଲାର – ଓଡିଶା ସୀମାନ୍ତ ଅଞ୍ଚଳ ପୁରୁଣା ପାଟପାଟଣା ମଣ୍ଡଳ ଅଞ୍ଚଳରେ ମହାବଳ ବାଘର ଆତଙ୍କରେ ପୁଣି ଲୋକେ ଆତଙ୍କିତ ହୋଇପଡିଛନ୍ତି. ମହାବଳ ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିବା ପରେ ତାର ଉପସ୍ଥିତି ନେଇ ଆନ୍ଧ୍ର ବନ ବିଭାଗ ସ୍ପଷ୍ଟ କରିଛି. ଅଞ୍ଚଳରେ ସତର୍କତା ଜାରି କରି ଏକୁଟିଆ ଚାଷ ଜମିକୁ ନ ଯିବାକୁ ବାରଣ କରିଥିବାବେଳେ ସନ୍ଧ୍ୟାରେ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ବନ ଅଧିକାରୀ. ଲୋକଙ୍କୁ ମାଇକ ଯୋଗେ ସଚେତନ କରାଇବା ସହ ମହାବଳର ଗତି ଵିଧି ଉପରେ ନଜର ରଖିଥିବା ପାଟପାଟଣା ରେଞ୍ଜର ଏଆର. ଶେଖର ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ