ଗଜପତିରେ ଲୋକଙ୍କୁ ସେବା ଦେବାରେ ଟାଟା ପାୱାରର ବିଫଳ

ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଟାଟା ପାୱାର ଲୋକଙ୍କ ସେବା ଦେବାରେ ବିଫଳତା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଟାଟା ପାୱାର ମାସରେ କେତେ ଥର ପାୱାର କଟ କରିବା ପାଇଁ ଡାକ ବାଜି ଜନ୍ତ୍ର ସାହାଯ୍ୟ ରେ ସହରରେ ଅବଗତ କରାଯାଉଛି । ଏହା କେବଳ ଲୋକ ଦେଖାଣିଆ ଏବଂ ପାୱାର ଖର୍ଚ୍ଚ କୁ ବଳାଇବା ନିମନ୍ତେ ଟାଟା ପାୱାର ଲକ୍ଷ୍ୟ। କହିବାକୁ ଗଲେ ଟାଟା ପାୱାର ର ମେଣ୍ଟେନେସ୍ ଯାହା କି ସମୁଦ୍ର କୁ ସଙ୍କେ ପାଣି ସଦୃଶ୍ୟ ଭାବେ ଲୋକଙ୍କୁ ଭୁଆଁ ବୁଲେଇବା ଛଡ଼ା ଅନ୍ୟ କିଛି ନୁହେଁ। ଟାଟା ପାୱାର କିଛି କାର୍ଯ୍ୟ ସୈଳୀରେ ସହରରେ ଅନେକ ସ୍ଥାନରେ କରେଣ୍ଟ ପଲର ଅବସ୍ଥା ଯାହା କି ଲୋକେ ଅଭିଯୋଗ ଆଣିଛନ୍ତି ଯେ କରେଣ୍ଟ ପଲ୍ ରେ ଗଛ ଲତା ମାଳି ଥିବା ଦେଖିବାକୁ ମିଳିଛି ଯାହା କି ଏହା ହେଉଛି ପାରଳଖେମୁଣ୍ଡି ପୈାରପରିଷଦ ଅଧିନସ୍ଥ ୱାଡ ନମ୍ବର ୧୧ରେ ସାନ ବ୍ରାହଣ ସାହି ଏବଂ ବୋଡ ବ୍ରାହ୍ମଣ ସାହି ପଛରେ ଯେଉଁ ରାସ୍ତା ରେ ଲାଇଟ୍ ଲାଗିଛି ସେହି କରେଣ୍ଟ ପଲ୍ ରେ ଗଛ ମାଳି ଥିବା ଦେଖିବାକୁ ମିଳିଛି। ଏହି ଗଛ ଯେତିକି ପରିମାଣର ବଢ଼ି ଲଟା ବୁଦା ସଦୃଶ ବଢି ଜାଈଛି ତାହା ପାଖାପାଖି ଆନୁମାନିକ ଦେଢ଼ ବର୍ଷରୁ ଦୁଇ ବର୍ଷ ହୋଇଥିବ ବୋଲି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଠାରୁ ସୁଣିବାକୁ ମିଳିଛି। ଏମିତି ସହରରେ ଗୋଟିଏ ସ୍ଥାନ ନୁହେଁ। ଏମିତି ବହୁତ ସ୍ଥାନରେ କରେଣ୍ଟ ପଲ୍ ରେ ଗଛ ମାଳି ଥିବା ଦେଖିବାକୁ ମିଳିଛି ଯାହା କି ପ୍ରତ୍ୟେକ ମାସ ରେ ମେଣ୍ଟେନେସ ପାଇଁ କରେଣ୍ଟ ଦେବା ବନ୍ଦକରି ଯେଉଁ ପ୍ରକାର ଟାଟା ପାୱାର ସାଧାରଣ ଲୋକଙ୍କୁ ହୋଈରାଣ କରିଥିବା କାର୍ଯ୍ୟକ୍ରମରେ ସାଧାରଣ ଲୋକେ ଆତିଷ୍ଠ ହେଉଛନ୍ତି । ଯାହା କି ଏମିତି କରେଣ୍ଟ ପଲ୍ ରେ ଗଛ ମାଳି ଥିବା ଦ୍ଵାରା ସେହି ଖମ୍ବ ଲାଇଟ୍ ଜଳୁଥିବା ବେଳେ ତାହା ଉପରେ ଗଛ ଲଟା ମାଳି ଲାଇଟିଂ ସମାନ ନପଡ଼ି ଅନ୍ଧକାର ମୟ ହେଲେ ସେ ସ୍ଥାନରେ ଚୋର ପଶିବା ପାଇଁ ଏକ ସୁବିଧା ସୁଯୋଗ ଯୋଗାଇ ଦେଉଛି ଟାଟା ପାୱାର। ଯାହା ଫଳରେ ଗାନ୍ଧି ଛକଠାରେ ଗୋଟିଏ ଲୋଣ୍ଡ୍ରୀ ଦୋକାନ ରୁ କିଛି ପଇସା ସହିତ ପିତ୍ତଳ ଇସ୍ତ୍ରୀ ପେଡ଼ି ଚୋରୀ ହୋଇଥିବା ଯୋଗୁ ସେ ମାଲିକ ପୁଲିସ ରିପଟ ଦେଇଥିଲା । ଆଜି ମଧ୍ୟାହ୍ନ ରେ ପାରଳାଖେମୁଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଏଠାକାର ବିଷୟରେ ଅନୁସନ୍ଧାନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହା କି ମୁଖ୍ୟ ରାସ୍ତା କଡ଼ରେ ସାହି ମାନଙ୍କରେ ଲାଇଟ ଖମ୍ବ ଲାଇଟ୍ ଜଳୁଥିବା ବେଳେ ଲଟାବୁଦା ବଢ଼ାଇ ରଖୁଥିବା ଯୋଗୁଁ ରାତିରେ ଚୋରଙ୍କ ପାଇଁ ସୁବିଧା ସୁଯୋଗ ହେଉଛି ଏହା ସହିତ କିଛି ଯୁବକଙ୍କ ଅନୈତିକ କାର୍ଯ୍ୟ କରିବା ରେ ପ୍ରସୟ ଦେବା ଟାଟା ପାୱାର ବୋଲି ସାଧାରଣ ଲୋକଙ୍କ ଠାରୁ ସୁଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ