ମୁଖ୍ୟ ରାସ୍ତାରୁ ଅଜଗର ଉଦ୍ଧାର

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ସୋମବାର ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଦକ୍ଷିଣପୁର ଗ୍ରାମ ମୁଖ୍ୟ ରାସ୍ତାରୁ ସାତ ଫୁଟ ଛଅ ଇଞ୍ଚ ର ଅଜଗର ସାପ ଉଦ୍ଧାର ହୋଇଛି l ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର କୌଣସି ମତେ ଖବର ପାଇ ସର୍ପ ମିତ୍ର ପି. ଅରବିନ୍ଦ ଦେଶୀବେହେରାଙ୍କୁ ଯୋଗାଯୋଗ କରିଥିଲେ, ପି. ଅରବିନ୍ଦ ଦେଶୀବେହେରା ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟ ରେ ଆଶୁ ଚିକିତ୍ସା କରି ବ୍ରହ୍ମପୁର ବନାଞ୍ଚଳ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ l ବ୍ରହ୍ମପୁର ଫରେଷ୍ଟର ବାବୁ ସେଠୀଙ୍କ ନିର୍ଦ୍ଧେଶ କ୍ରମେ ଉଦ୍ଧାର ସାପ ଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ଫରେଷ୍ଟ ଗାର୍ଡ ନୀଳ ମାଧବ ଜେନା ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କି ଆମ୍ବଗଡ଼ ଠାରୁ ଦକ୍ଷିଣପୁର ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ବର୍ଷ ଶୀତ ଓ ବର୍ଷା ଋତୁରେ ବହୁତ ସରୀସୃପ ରାସ୍ତା ଅତିକ୍ରମ କରିବା ସମୟରେ ଦୃଘଟଣା କିମ୍ବା ଲୋକଙ୍କ ଦ୍ୱାରା ଅକାରଣେ ମୃତ୍ୟୁ ମୁଖରେ ପଡୁଛନ୍ତି, ସେମାନଙ୍କ ସୁରକ୍ଷା ଅନିର୍ଵାର୍ଯ୍ୟ ଲୋକମାନେ ଏମାନଙ୍କୁ ଦେଖିଲେ ସ୍ଥାନୀୟ ବନ ବିଭାଗ କିମ୍ବା ସର୍ପ ମିତ୍ରଙ୍କୁ ଯୋଗାଯୋଗ କରିବାକୁ ସମ୍ପାଦକ ବିଜେନ୍ଦ୍ର ମାଝୀ ଅନୁରୋଧ କରିଛନ୍ତି l ଉଦ୍ଧାର କାର୍ଯ୍ୟରେ ପରିଷଦର ସଦସ୍ୟ ରାକେଶ କୁମାର ବିଷୋୟୀ, ଅକ୍ଷୟ ଜେନା, ବିକାଶ ବିଷୋୟୀ, ସୋନୁ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ