ଦୁବାଇ ଫେରନ୍ତା ମିଶନଶକ୍ତି ସଭ୍ୟା ବିଦେଶଗସ୍ତ ରୁ ଫେରିବା ପରେ ସମ୍ବର୍ଦ୍ଧନା ଓ ଅଭିଜ୍ଞତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ଦିବା ୩ ଘଟିକା ସମୟରେ କରଞ୍ଜିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ରାଜ୍ୟ ସରକାର ଙ୍କ ତରଫରୁ ମିଶନଶକ୍ତି ଯୋଜନାରେ ଦୁବାଇ ରୁ ଫେରିଥିବା କରଞ୍ଜିଆ ମିଶନଶକ୍ତି ଫେଡେରେସନ ର ସଭାପତି ଦିପାଲୀ ବେହେରା ଙ୍କୁ ବ୍ଲକ ପ୍ରଶାସନ ଓ ସିଡ଼ିପିଓ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ଅଭିଜ୍ଞତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିପିସି ଅମରେଶ ନାୟକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସିଡ଼ିପିଓ ଭାରତୀ ସାହୁ ସଭାପତିତ୍ୱ କରିଥିବାବେଳେ କରଞ୍ଜିଆ ବିଡ଼ିଓ ସୁଶାନ୍ତ କୁମାର ସୁତାର ଜିଲ୍ଲା ଫେଡେରେସନ ବିଷ୍ନୁପ୍ରିୟା ଦାସ,ସଭାପତି ଓ ସମ୍ପାଦିକା ସୂଦୀପ୍ତା ବାରିକ, ବିପିଏମ ଦୀପ୍ତି ପଣ୍ଡା,ବିପିଏ ସିଏ ଶାନ୍ତନୁ କୁମାର ଦଣ୍ଡସେନାମଞ୍ଚାସିନ ହୋଇ ଥିଲେ ଦୁବାଇ ଫେରନ୍ତା ଦିପାଲୀ ବେହେରା ତାଙ୍କ ଗସ୍ତ ର ଅଭିଜ୍ଞତା ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ ଏବଂ ଆଗାମୀ ସମୟ ରେ ଅନ୍ୟ ମିଶନ ଶକ୍ତି ଗୋଷ୍ଠିର ମହିଳାଙ୍କୁ ମଧ୍ୟ ବିଦେଶ ଗସ୍ତ ରେ ଯିବାର ସୁଯୋଗ ମିଳିବ ବୋଲି ନିଜ ବକ୍ତବ୍ୟ ରେ ସୂଚାଇ ଥିଲେ ସେହିପରି ମିଶନ ଶକ୍ତି ଜିଲ୍ଲା ଫେଡେରେସନ ସଭାପତି ବିଷ୍ନୁପ୍ରିୟା ଦାସ ନିଜ ବକ୍ତବ୍ୟ ରେ ଜିଲ୍ଲାର ମିଶନ ଶକ୍ତି ମହିଳା ଆଗାମୀ ଦିନରେ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେ ନିଜେ ଯତ୍ନବାନ ହେବା ସହିତ ସମସ୍ତ ସଦସ୍ୟା ନିଜ ନିଜର ଯୋଗଦାନ କୁ ଆହୁରି ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ  କରଞ୍ଜିଆ ବ୍ଲକ ମିଶନଶକ୍ତି ର ସମସ୍ତ ପଞ୍ଚାୟତ ସଭାପତି, ସମ୍ପାଦିକା ଏବଂ ବ୍ୟାଙ୍କ ମିତ୍ର ଅନ୍ୟ କାର୍ଯ୍ୟକର୍ତା ଯୋଗଦେଇ ଶ୍ରୀମତୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ବିଦେଶ ଗସ୍ତର ଅଭିଜ୍ଞତା ବିଷୟରେ ଜାଣିଥିଲେ କାର୍ଯ୍ୟକ୍ରମ ଶେଷରେ ଅମରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ