ଏନ୍ଏସି କାର୍ଯ୍ୟାଳୟ ସଭାଗୃହ ଠାରେ ମୋ ସୁନା ଝିଅର ଜନ୍ମ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ମଙ୍ଗଳବାର ଦିବା ୧୨ ଘଟିକା ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ବିଜୁ କନ୍ୟାରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅର ଜନ୍ମ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଭାରତୀ ସାହୁଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ପପି ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର୍ ନାଏକ ଓ ଉପ ନଗରପାଳ ସ୍ୱରୂପ ପରିଜା ଯୋଗ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଗୋଟି ୱାର୍ଡ ରେ ବିଗତ ୨ ମାସ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଶିଶୁ କନ୍ୟା ଓ ତାଙ୍କ ମାତା ପିତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏନ୍ଏସି ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି ର ଦିଦି ଓ ସମସ୍ତ ୱାର୍ଡ କାଉନସିଲର ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ କାର୍ଯ୍ୟାଳୟର ସୌଭାଗ୍ୟ ଶିକ୍ତ ପଟ୍ଟନାୟକ ଙ୍କ ସହିତ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ