ମେଡିକାଲ କାର୍ଯ୍ୟ ପରିଦର୍ଶନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ଵଳିରାମ ଵନ୍ଦାରୋ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ମେଡିକାଲ ଠାରେ ପହଞ୍ଚି ରୋଗୀ ସେବା ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ।ଏହାପରେ ଭିତ୍ତିଭୂମି କାର୍ଯ୍ୟ ଗୁଡ଼ିକୁ ଜିଲ୍ଲାପାଳ ଵୁଲି ଦେଖିଥିଲେ। ବିଶେଷ କରି ଅତ୍ୟାଧୁନିକ ମେଡିକାଲ ଗୃହ, ପାଚେରୀ ନିର୍ମାଣ, ନିର୍ମାଣାଧିନ କର୍ମଚାରୀ ଗୃହ, ନିର୍ମାଣ ହେଉଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରିବା ସହ ଯଥା ଶୀଘ୍ର କାର୍ଯ୍ୟ ସାରିବା ପାଇଁଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ବିଡ଼ିଓ ଦେବଦତ୍ତ ଦାଶ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ କମଳାକାନ୍ତ ସ୍ଵାଇଁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ReplyForward
|