ବିଶାଳ କୃଷକ ମହା ପଞ୍ଚାୟତ ସମାବେଶ

ଗଞ୍ଜାମ, (ବିନୋଦ ପଲାଇ):ରାଷ୍ଟ୍ରୀୟ କିଷାଜ ମଜଦୁର ମହାସଂଘ ତରଫରୁ ରମ୍ଭା ନିକଟ ସାବୁଳିଆ ଠାରେ ସଜନ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବିଶାଳ କୃଷକ ମହା ପଞ୍ଚାୟତ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକ ପ୍ରତିନିଧି ମାନେ ସାମିଲ ହୋଇଥିଲେ। ପ୍ରଥମେ ଗଂଜାମ ବ୍ଳକ ଅନ୍ତର୍ଗତ ସୁବଳୟା ଗ୍ରାମ ଠାରୁ ଚାଷୀମାନେ ଟ୍ରାକ୍ଟର ଯୋଗେ ବିଶାଳ ରାଳିରେ ବାହାରି ସମାବେଶ ସ୍ଥଳକୁ ଆସିଥିଲେ। ରାଷ୍ଟ୍ରୀୟ ସମ୍ବିଧାନ ଦିବସ ଅବସରରେ ଚଳିତ ବର୍ଷ ଦେଖାଦେଇଥିବା ଉତ୍କଟ ମରୁଡ଼ି ପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉଦାସୀନତା ବିରୁଧରେ ପ୍ରତିବାଦ ପାଇଁ ଏହି ସମାବେଶର ମୁଖ୍ୟ ଲକ୍ଷ୍ୟ ବୋଲି ବକ୍ତବ୍ୟ ରେ କହିଥିଲେ ଚାଷୀନେତା ମାନେ। ଉକ୍ତ ସଭାରେ ମହାସଂଘର ୧୫ଟି ରାଜ୍ୟରୁ ଆସିଥିବା କୃଷକ ନେତା ଗଂଜାମ ଜିଲ୍ଲାର କୃଷକ ମାନଙ୍କର ଦୁର୍ଦ୍ଦଶା ପ୍ରତି ସମର୍ଥନ ଜଣାଇ ଅଗାମି ଭାବିଷ୍ୟତ ରେ ଆନ୍ଦୋଳନକୁ ତିବ୍ର କରିବା ପାଇଁ ଶପଥ ନେଇଥିଲେ । ରାଜ୍ୟ ସଭାପତି ସଚିନ୍ ମହାପାତ୍ର ସଂଯୋଜନାରେ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୟୋ କରୁଥିବା ଶିବ କୁମାର କାକାଜି, ପଞ୍ଜାବ ର ବିଶିଷ୍ଟ କୃଷକ ନେତା ଜଗତବିତ୍ ସିଂହ, ମହାରାଷ୍ଟ୍ରର ଶଙ୍କର ଦେଡକର, ତାମିଲ ନାଡୁର ପୁରୁଷୋତମ, କର୍ଣ୍ଣାଟକର ଜି. ନାରାୟଣ ଉତ୍ତର ପ୍ରଦେଶର ରବିଦାନ୍ତ,କେରଳରୁ କେ.ଭି ବିଜୁପ୍ରମୁଖ ଯୋଗ ଦେଇ କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନଭାବ ନେଇ ବାର୍ଷଥିଲେ। ଏହାର ପ୍ରତିକାର ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।କାର୍ଯ୍ୟକ୍ରମରେ କୃଷକ ନେତା ସ୍ବାସ୍ଥି ସୁନ୍ଦର ସିୟ ସଂଯୋଜନା କରିଥିବା ବେଳେ ଆଞ୍ଚଳିକ କୃଷକ ପ୍ରତିନିଧି ଶ୍ରୀ ବାନାମ୍ବର ପଲାଇ,ଶ୍ରୀ ବିଜୟ କୁମାର ବିଶ୍ବାଳ, ଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ସାହୁ, ଶ୍ରୀ ସିମାଞ୍ଚଳ ନାହାକ, ରବୀନ୍ଦ୍ର କୁମାର ସାହୁ,ଆରତ ତ୍ରାଣ ପଲାଇ , ଉଲ୍ଲାସ ସ୍ବାଇଁ,ଆର.ଦୟାନିଧି ପ୍ରଧାନ, ଅର୍ଜୁନ ମହାଙ୍କୁଡ, ସଭାପତି ଶିବ କୁମାର ଶର୍ମା,ପଞ୍ଜାବର ଶ୍ରୀ ଜଗଜିତ ସିଂ ଦଲ୍ଲେବାଲ୍ଲେ, କର୍ଣ୍ଣାଟକ ପର୍ଶୁରାମ, ମଧ୍ୟପ୍ରଦେଶର ଶଙ୍କର ଦରେକରେ, ମଧ୍ୟପ୍ରଦେଶର ରବି ଦତ୍ତ,ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନନେଲେ ଭବିଷ୍ୟତ ରେ ଶାନ୍ତି ପୂର୍ଣ୍ଣ ଭାବରେ ଆଇନ ଅମାନ୍ୟ ଆନ୍ଦୋଳନ ହାତକୁ ନେବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ୱସ୍ତି ସୁନ୍ଦର ସିଅ ସଂଯୋଜନା କରିଥିବା ବେଳେ ବିଜୟ କୁମାର ବିଶ୍ବାଳ,ବାନାମ୍ବର ପଲେଇ ମାର୍ଗଦର୍ଶକ ଥିଲେ ।ସୌରି କୁମାର ସାହୁ,ସୀମାଞ୍ଚଳ ନାହାକ,ଅଶୋକ କୁମାର ,ରବି ସାହୁ,ସନାତନ ପ୍ରଧାନ,ଉତ୍କଳ କେଶରୀ ,ରାଜୁ ମଲ୍ଲିକ,ରାମପ୍ରସାଦ,ପୂର୍ଣଚନ୍ଦ୍ର,କିଶୋର ସାହୁ,ନାଗେଶ୍ୱର ସମେତ ଅଗଣିତ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶେଷରେ ଶ୍ର ବିଶ୍ଵଜିତ ତରାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ