ଗଜପତିରେ ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ପ୍ରଶାସନ ସମ୍ପୂର୍ଣ ସଜାଗ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ତାରିଖ ସନ୍ଧ୍ୟା ଠାରୁ ୭ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି ।ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଅଜି ସନ୍ଧ୍ୟାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ବିପର୍ଯ୍ୟୟ ପରିଚାଳନା ସୂଚାରୁ ରୁପେ ସମ୍ପାଦାନ କରିବେ ଏବଂ ପ୍ରତ୍ୟେକ ଧନ ଜୀବନ ରକ୍ଷା କରିଥିବା ପାଇଁ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟ କରିବେ। ଯେଉଁମାନଙ୍କର ବାସ ହୀନ ଜନସାଧାରଣ ଙ୍କୁ ନିରାପଦ ଆଶ୍ରୟ ସ୍ଥଳୀରେ ତଇଥାନ କରାଯିବ। ବିପଦ ସଙ୍କୁଳ ଜାଗାରେ ବସବାସ କରୁଥିବା ଲୋକଙ୍କୁ ଯଥେଷ୍ଟ ଧ୍ୟାନ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ତଇଥାନ ବ୍ୟବସ୍ଥା କରାଯାଇଛି। ନିରାପଦ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ଯବହାର ଯଗ୍ୟା କରାଯାଇଅଛି।ଜିଲ୍ଲାର ସମସ୍ତ କୃଷକ ମାନଙ୍କୁ ଅତ୍ୟଧିକ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି । ଯେଉଁ ଚାଷୀ ଗଣ ସେମାନଙ୍କ ଧାନ କାଟି ସାରି ଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ତାହାକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ , ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ରଖନ୍ତୁ। ସମସ୍ତ କୃଷକମାନଙ୍କୁ ସତର୍କତା ନିମନ୍ତେ ପ୍ରତି ଗ୍ରାମରେ ଏହା ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ବର୍ଷା ଜନିତ ପାଣି ଜମା ହେବାର ସମ୍ଭାବନା ରହିଛି , ତେଣୁ ସ୍ଥିତି କୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ ଦୁଇ ନିର୍ବାହୀ ଅଧିକାରୀ ନିର୍ଦ୍ଧେଶ ଦିଆଯାଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଅଛି ଏଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଚିହ୍ନଟ ହୋଇଥିବା ସ୍ଥାନଙ୍କୁ ଧ୍ୟାନରେ ରଖିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳ ତଥା ସ୍କୁଲ ଓ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକୁ ଯାଞ୍ଚ୍ କରି ସଜାଗ ରଖିବାକୁ କୁହାଯାଇଛି । ଜିଲ୍ଲାର ୨୪୪ ଜଣ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି ଓ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମା ଗୃହକୁ ନେବାପାଇଁ ସ୍ଥିର କରାଯାଉଛି। ୨୪ ଜଣିଆ ODRF ଦୋଳ ଜିଲ୍ଲାରେ ପଞ୍ଚି ସାରିଛନ୍ତି। ପ୍ରତ୍ୟେକ ବ୍ଲକରେ ଜିଲ୍ଳାର ବରିଷ୍ଠ ଅଧିକାରୀ ନିୟଯିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ