ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ । କର୍ମକ୍ଷେତ୍ରରେ ନାନାପ୍ରକାର ଉଲ୍ଲେଖନୀୟ ସଫଳତା ମିଳିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ମାଲିମକଦମାରେ ବିଜୟ ଲାଭ କରିବେ ।ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।

ବୃଷ :-ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ପ୍ରତିକାର-ମା କାଳୀଙ୍କୁ ଦର୍ଶନ କରନ୍ତୁ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ।

ମିଥୁନ :-ବାଦାନୁବାଦ ଭିତରେ ଗତି କରିବେ ।ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ।ବାଣିଜ୍ୟ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ । ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ।

କର୍କଟ :-ଅଯଥା ମାଲିମକଦମାରେ ଜଡିତ ହେବେ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ।

ସିଂହ :-ମାନସିକ ଶାନ୍ତି ମିଳିବ ।ଘରୋଇ ସମସ୍ଯାର ସମାଧାନ ହୋଇଯିବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସାମାଜିକ ପ୍ରତିଷ୍ଠା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ ।

କନ୍ୟା :-ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ସଞ୍ଚିତ ଧନ ବ୍ଯୟ ହୋଇଯିବ ।ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଉଦ୍ୟମରେ ବିଫଳ ହେବେ ।ପ୍ରତିକାର- ଓଁ ଗ° ଗଣପତୟେ ନମଃ ଏହି ମନ୍ତ୍ର କୁ ୨୭ଥର ଜପ କରନ୍ତୁ

ତୁଳା :-ବିଳାସ ବ୍ଯସନରେ ଦିନଟି ଅତିବାହିତ କରିବେ ।ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ ।ପ୍ରତିକାର-ସାତଟି ଦୁବ,ସାତଟି ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ।

ବିଛା :-ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ । ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ ।

ଧନୁ :-କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ । ପ୍ରତିକାର- ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମକର :-ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ଦୁସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

କୁମ୍ଭ :-ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ଯୟ ଅଧିକ କରାଇବ ।ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ ।ଆଶା କରୁଥିବା ଦିଗରୁ ନିରାଶ ହେବେ ।ପ୍ରତିକାର-କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ :-ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ ।ଲାଭ ପରିବର୍ତ୍ତେ କ୍ଷତି ହେବ ।ମାଲିମକଦମାରେ ଭୟ ରହିଛି ।ଶତୃମାନେ ଚକ୍ରାନ୍ତ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କିଛି କଞ୍ଚା କ୍ଷୀରରେ କଳାରାଶି ମିଶାଇ ଶିବଙ୍କୁ ଅର୍ପଣ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ