ଓଡିଆରେ ପ୍ରଶ୍ନପତ୍ର ଆସିଥିବାରୁ ଉତ୍ତର ଦେଇପାରିଲେନି ପରୀକ୍ଷାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ରବିବାର ସାରା ରାଜ୍ୟରେ ୮ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏନ୍‌.ଏମ୍‌.ଏମ୍‌.ଏସ୍‌(ନ୍ୟାସନାଲ ମିନ୍ସ କମ୍ ମେରିଟ୍ ସ୍କଲାରସିପ) ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପରୀକ୍ଷାରେ ଓଡିଆରେ ପ୍ରଶ୍ନପତ୍ର ଆସିଥିବାରୁ ସି.ବି.ଏସ.ଇ ଅଧିନରେ ପଢୁଥିବା ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରି ଅଭିଯୋଗ ବିଭିନ୍ନ ଜିଲାରୁ ଆସିଥିବା ବେଳେ ସେଥିମଧ୍ୟରେ ଭଦ୍ରକ ଜିଲାର ବହୁ ପରୀକ୍ଷାର୍ଥୀଙ୍କ ଠାରୁ ଜାଣିବାକୁ ମିଳିଛି । ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରୁ ୩୫ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ସେମାନେ ଇଂରାଜୀ ମାଧ୍ୟମରେ ପାଠ ପଢୁଥିବା ବେଳେ ଓଡିଆ ପାଠ୍ୟକ୍ରମ ସେମାନଙ୍କୁ ଜଣାନାହିଁ । ଏପରିସ୍ଥଳେ ଓଡିଆରେ ପ୍ରଶ୍ନପତ୍ର ଆସିଥିବାରୁ ସେମାନେ କୌଣସି ଉତ୍ତର କରି ପାରିନଥିଲେ । ପ୍ରତିବର୍ଷ ବିଭିନ୍ନ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଚଳିତ ବର୍ଷ କେବଳ ଓଡିଆରେ ପ୍ରଶ୍ନପତ୍ର ତିଆରି କରାଯାଇ ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ଆଉ ଥରେ ପରୀକ୍ଷା କରିବା ପାଇଁ ଛାତ୍ରାଭିଭାବକ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ