ନୂଆ -ଓ ବିଶ୍ୱ ଭାଷା ଓ ସାହିତ୍ୟସମ୍ମିଳନୀ ଉଦଯାପିତ

ଗଂଜାମ, (ବିନୋଦ ପଲାଇ):ବୁଧବାର ଦିନ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ନୂଆ ଓ ବିଶ୍ୱ ଭାଷା ଓ ସାହିତ୍ୟ ସମ୍ମିଳନୀ ଅବସରରେ ପାଠଚକ୍ର ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଥିଲା ଏହି ଅବସରରେ ପାଠଚକ୍ର ର ଶିଷର୍କ ର ନାମ ସର୍ବ ସଂସ୍କୃତି ସମନ୍ୱୟ ର ପ୍ରତୀକ ଶ୍ରୀ ଜଗନ୍ନାଥ ଙ୍କ ଉପରେ ଏକ ବିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ମୀନତି ପଟ୍ଟନାୟକ ଙ୍କ ଅଦକ୍ଷ୍ୟ ତା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଅବସରପ୍ରାପ୍ତ ଓ ପ୍ରାପ୍ତନ ଗଞ୍ଜାମ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ଼ଃ କୈଳାଶ ଚନ୍ଦ୍ର ତ୍ରିପାଠୀ, ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସହୀଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡ଼ଃ ଗୌରୀ ଶଙ୍କର ଶତପଥୀ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସାନମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ ଏହି ଅବସରରେ ବିଶ୍ୱ ଭାଷା ସାହିତ୍ୟ ସମିଳନୀ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏହି ଅବସରରେ ନୋଡାଲ ଅଫିସର ଜୟନ୍ତୀ ବେହେରା ଓ ନ ପଦ୍ମାବତୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏଥିରେ କଲେଜ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ ଶେଷରେ ଇତିହାସ ବିଭାଗ ର ମୁଖ୍ୟ ଆନନ୍ଦ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ