ବିଦ୍ୟା ପବ୍ଲିକ ସ୍କୁଲ ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲ ରେ ୭୫ତମ ସାଧାରଣତନ୍ତ୍ର ଦିବସ ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ପଣ୍ଡା ଙ୍କ ତତ୍ଵ ଅବଧାନରେ ପାଳିତ ହେଇଯାଇଛି। ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ ଯୋଗୋଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହ ଗଞ୍ଜାମ ଶିକ୍ଷା କାଯ୍ୟାଳୟ ସହଗୋଷ୍ଟି ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ,C.R.C ମହେଶ ବେହେରା , ସମ୍ପାଦିକା ସେବା ଅଳକା ସାହୁ ଆଦି ଯୋଗ ଦେଇ ବିଦ୍ୟାଳୟର ଶିଶୁଙ୍କୁ ସୈଖିକ ଜ୍ଞାନ ପ୍ରଦାନ କରିବା ସହ ସାଧାରଣତନ୍ତ୍ର ଦିବସ ର ମହତ୍ତ୍ଵ ପ୍ରତିପାଦନ କରିଥିଲେ।ଏହି ପବିତ୍ର ଦିବସକୁ ସୁପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ତ୍ରୀଗଣ p. ସୁଜାତା, ଅର୍ପିତା ପ୍ରଧାନ, ରଶ୍ମିତା ସାହୁ, ରଶ୍ମିତା ସ୍ୱାଇଁ, ପଲ୍ଲବୀ ପଣ୍ଡା,ପ୍ରଣତି ଦାସ,ପ୍ରଜ୍ଞା ନାହକ,ମିତା ଜେନା,ସାଗରିକ। ପ୍ରଧାନ , ସଞ୍ଜନା ଆଚାର୍ଯ୍ୟ, ଲିଜା ସାହୁ ।ଏହି ଅବସରରେ ବିଦ୍ୟାଳୟର ଶିଶୁମାନେ ବକୃତା ଦେବା ସହ ନଚାଗିତର ଆସର ହେଇଥିଲା । ପରିଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ