୫-ଟି’ ଅଧ୍ୟକ୍ଷଙ୍କୁ ଭେଟି ଗୁହାରି କରିଥିଲେ ଅସହାୟ ବୃଦ୍ଧା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ ‘୫-ଟି’ ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କାଶୀନଗରରେ ଆୟୋଜିତ ଜନସମାବେଶରେ ଯୋଗ ଦେବାପାଇଁ ଯାଉଥିବା ସମୟରେ କାଶୀନଗର ସହରର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଦଳିତ ସାହି (ମାଲା ସାହି)ର ଜଣେ ବୃଦ୍ଧା ବି.ସନ୍ନ୍ୟାସୀ ଆମ୍ମା (୬୦) ତାଙ୍କ କାର୍ ନିକଟକୁ ଯାଇ ଭେଟି ଗୁହାରି କରିଥିଲେ। କାର୍ଯ୍ୟବ୍ୟସ୍ତତାରେ ଶ୍ରୀ ପାଣ୍ଡିଆନ ଥିଲେ ମଧ୍ୟ ବୃଦ୍ଧାଙ୍କ କଥା ଶୁଣିଥିଲେ | ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ | ମୁଖ୍ୟମନ୍ତ୍ରୀ ତୁରନ୍ତ ବୃଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ମଙ୍ଗଳବାର ବୃଦ୍ଧାଙ୍କ ତଥ୍ୟ ବାହାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିରିଶି ହଜାର ଟଙ୍କା ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡେପୁଟି କଲେକ୍ଟର ଜ୍ଞାନରଞ୍ଜନ ମାଝୀ, କାଶୀନଗର ଏନ୍ଏସି ନିର୍ବାହୀ ଅଧୂକାରୀ ଭାଗବତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସହାୟତା ରାଶି ପାଇବା ପରେ ବି. ସନ୍ନ୍ୟାସୀ ଆମ୍ମା ମୁଖ୍ୟମନ୍ତ୍ରୀ, ‘୫-ଟି’ ଅଧ୍ଯକ୍ଷ, ଗଜପତି ଜିଲ୍ଲା ପ୍ରଶାସନ ଏବଂ କାଶୀନଗର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ ଏପରି ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କେବେବି ଭାବି ନ ଥିଲେ ବୋଲି କହିଛନ୍ତି ।ସୂଚନା ଯୋଗ୍ୟ ଯେ, ସନ୍ନ୍ୟାସୀ ଆମ୍ମାଙ୍କ କେହି ନଥିବା ବେଳେ ସେ ଚାଳ ଘରେ ରହୁଛନ୍ତି। ସରକାରୀ ସହାୟତା ଭାବେ ତାଙ୍କୁ ୫କେଜି ଚାଉଳ ୫୦୦ଟଙ୍କା ଭତ୍ତା ମିଳୁଛି। ଗୁଚ୍ଚାରଣ ମେଣ୍ଟାଇବା ସମ୍ପର୍କରେ ‘୫-ଟି’ ଅଧ୍ୟକ୍ଷଙ୍କୁ ଗୁହାରି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ