ଥିଙ୍କର୍ଷଫୋରମ ୭୫ତମ ସାଧାରଣତନ୍ତ୍ର ଦିବସ

ଢେଙ୍କାନାଳ, (ତାପସଦାସ):ଥିଙ୍କର୍ଷଫୋରମ ୭୫ତମ ସାଧାରଣତନ୍ତ୍ର ଦିବସ କୁ ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କରିନଥିଲା କେଉଁ ବିଦ୍ୟାଳୟ କି ମହା ବିଦ୍ୟାଳୟରେ ଅବା କେଉଁ କ୍ଳବ କି କେଉଁ ଷ୍ଟାଡିଅମରେ |ତେବେ କେଉଁଠି କାହା ସହ ପାଳନ ହେଲା ଏ ଦିବସ?ଆମ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ବିଶ୍ୱନାଥ ପୁର ବୋଲି ଗ୍ରାମଟିଏ ଅଛି |ସେଠି ବାସୁଦେବ ନାଏକ ବୋଲି ଜଣେ ଖଟିଖିଆ ମଣିଷର କିଛି ଚାଷ ଜମିରେ ଠିଆ ହୋଇଛି ଖଜୁରୀ ପାଲର କେଇଗୋଟି କୁଡ଼ିଆ ଯେଉଁଠି ବାସ କରନ୍ତି ମଳିମୁଣ୍ଡିଆ କେଳା ସମ୍ପ୍ରଦାୟର କିଛି ଘୁଡୁକି କଳାକାର |ଦିନେ ସେଇ ଅଞ୍ଚଳରୁ ବିକାଶ ବୋଲି ଶବ୍ଦଟିଏ ଜନ୍ମ ନେଇଥିଲା ଆଉ ଆଜି ଵି ସେଠୁ ବିକାଶର ବୁକୁଫଟା ଚିତ୍କାର ମୋବାଇଲରେ ଶୁଭୁଛି |କିନ୍ତୁ ଏହି କେଳା ସମ୍ପ୍ରଦାୟ ମାନଙ୍କ ପାଇଁ ନୁହେଁ |ଘୁଡୁକ ସଂଗୀତ କଳା କୁ ବଂଚେଇ ରଖିଥିବା ଏହି ମହାନ ଜନଜାତି ମାନଙ୍କ ମଧ୍ୟରୁ ଅଧିକାଂଶ ପରିଚୟ ବିହୀନ ହତଭାଗ୍ୟ ମଣିଷ |ନା ଅଛି ଆଧାର କାର୍ଡ ନା ଭୋଟର କାର୍ଡ |ଜମି ଘର କଥା କିଏ ପଚାରେ? ଏମାନେ ପଢିନାହାନ୍ତି ପାଠ ଶିଖିନାହାନ୍ତି ମିଛ କହିବା କିମ୍ବା ଚାଖି ନାହାନ୍ତି ନିଶା ପାଣିର ଉଷ୍ମତାକୁ | ଏମାନେ ବୁଝନ୍ତିନି ଛନ୍ଦ କି କପଟ କିନ୍ତୁ ହସି ପାରନ୍ତି ଛାତିରେ କଲିଜା ଭିଜେଇ | ଆମେ କୁଆଡେ ଗଣତନ୍ତ୍ରର ୭୫ତମ ଗୌରବ ଦିବସ ପାଳନ କରି ଗର୍ବ କରୁଛନ୍ତି | କି ଗର୍ବ? କି ଅହଙ୍କାର? ଏମାନେ ଏବଂ ଏମାନଙ୍କ ଭଳି ବଂଚିଥିବା ଅନେକ ମଣିଷ ତ ବୁଝିନାହାନ୍ତି ଜାତୀୟ ପତାକା କଣ, ଭାରତ କିଏ? ଏମାନେ କେମିତି ବୁଝିବେ ସ୍ୱାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସ କଣ? ଏମାନଙ୍କ ସହ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ |ଏମାନଙ୍କୁ ମଞ୍ଚ ର ନାୟକ ନାୟିକା କରି ଖେଳେଇବାକୁ ନୁହେଁ ଏମାନଙ୍କର ସାମ୍ବିଧାନିକ ଅଧିକାର ପାଇବା ପାଇଁ ମିଳିମିଶି ଲଢେଇ କରିବା ପାଇଁ କେବଳ ଏ ନିରୁତା ବନ୍ଧୁତ୍ୱ | ଭାରତ ମାତାର ଛାତି ଉପରେ ଏବଂ ଆମ ବୈଜୟନ୍ତୀ ବାନା ଆମ ଗୌରବ ତ୍ରିରଙ୍ଗା ପତାକା ତଳେ ବଜ୍ର ଶପଥ ନିଆଗଲା ଏମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରିବା ପାଇଁ |ଭାରତ ମାତା କି ଜୟ ବନ୍ଦେ ମାତରଂ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ