ହାତୀରାମ ସ୍ପୋର୍ଟିଂ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଆଜି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲିଆ ଗ୍ରାମ ନିକଟସ୍ଥ କଣିଆପଲ୍ଲୀ ଦଧିବାବନ ପଡିଆ ଠାରେ ହାତୀରାମ ସ୍ପୋର୍ଟିଂ କ୍ଳବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥଲେ। ବିଧାୟକ ଶ୍ରୀ ସାହୁ ଉପସ୍ଥିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଦଳର ଖେଳାଳୀମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସରପଞ୍ଚ ଦୈତାରି ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା, କେ. ନୀଳମାଧବ ଆଚାରୀ, ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ। ବହୁ କ୍ରିକେଟ ପ୍ରେମୀ ଗ୍ରାମବାସୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ଭାଟଖାଲି ଟିମ ଓ ମହୁଲପଲ୍ଲୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଭାଟଖାଲି ଟିମ ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ