ଜାତୀୟ ଭୋଟର ଦିବସ ଉପଲକ୍ଷେ ଭୋଟର ସଚେତନତା ରାଲି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):୧୪ ତମ ଜାତୀୟ ଭୋଟର ଦିବସ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଭୋଟର ସଚେତନତା ରାଲି କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି l ଏହି ରାଲି ସହରର ବିଭିନ୍ନ ସ୍ଥାନ ବୁଲି ଭୋଟ ଦାନ ପାଇଁ ସଚେତନତା କରିବ l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଦେବବ୍ରତ ସାହୁ ଓ ଲିନା କୁମାରୀ ଖେସ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଡେପୁଟି କଲେକ୍ଟର (ନିର୍ବାଚନ ) ରାଜେଶ କୁମାର ଏକା, ଆସିଷ୍ଟାଣ୍ଡ କଲେକ୍ଟର ଓଁ ପ୍ରକାଶ ପରିଡା ଙ୍କ ସମେତ ବିଭାଗୀୟ ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ମିଶନ ଶକ୍ତିର ମା ମାନେ ସାମିଲ ଥିଲେ,ଏହି ଅବସର ରେ ସ୍ଥାନୀୟ ଜିଲ୍ଲାପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ କିଛି ନୂତନ ଭୋଟ ଙ୍କୁ ଭୋଟ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ