ସମାଜସେବୀ ଶ୍ରୀବତ୍ସ ଓଝାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ସମାଜସେବୀ ଶ୍ରୀବତ୍ସ ଓଝାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ତାଙ୍କ ସାହାସପୁରସ୍ଥିତ ବାସଭବନରେ ଗୀତାପାଠ, ନାମସଙ୍କୀର୍ତ୍ତନ ଓ ଗୋପାଳ ସହସ୍ରନାମ ପଠନ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିସଭାରେ ରବୀନ୍ଦ୍ର ନାଥ ପଣ୍ଡା, ହରେକୃଷ୍ଣ ମହାପାତ୍ର, ରବିନ୍ଦ୍ର ନାଥ ମହାପାତ୍ର% ବୈଷ୍ଣବ ସ୍ୱାଇଁ, ଦିବାକର ଦାସ, ଅନିରୁଦ୍ଧ ନାୟକ, ସମାଜସେବୀ ନିରଞ୍ଜନ ପରିଡାଙ୍କ ସମେତ ସ୍ୱର୍ଗତ ଓଝାଙ୍କ ପରିବାରଜନ ଓ ବନ୍ଧୁବର୍ଗ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ