ପଥରଗଦା ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲ ନିଆଁ ନ ଲଗାଇବା ସଚେତନତା କାର୍ଯ୍ୟକ୍ରମ

ହାଟଡିହ, (ବିକାଶ ବିଶ୍ୱାଳ):ହଦଗଡ଼ ରେଞ୍ଜ ଅଧିନସ୍ଥ ପଥରଗଦା ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲ ନିଆଁ ନ ଲଗାଇବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ, ହଦଗଡ଼ ବନପାଳ କେଦାର ପାତ୍ର, ଫରେଷ୍ଟ ଗାର୍ଡ ଅମରେନ୍ଦ୍ର ନାଥ, ବିଜୟ କୁମାର ସାହା, ଡିଓ ବିବେକାନନ୍ଦ ପଣ୍ଡା, ବନ ସୁରକ୍ଷା ସମିତି ର ସଭାନେତ୍ରୀ ଦ୍ରୌପଦୀ ମଢେଇ ପ୍ରମୁଖ ଯୋଗଦେଇ ଲୋକଙ୍କ ପାଇଁ ଜଙ୍ଗଲ ର ଅବଦାନ ସମ୍ପର୍କରେ ବୁଝାଇଥିଲେ। ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ, ଏଣୁ ସବୁବେଳେ ଆମେ ସଜାଗ ରହିବା ସହ ଅନ୍ୟମାନଙ୍କୁ ଜଙ୍ଗଲ ର ସୁରକ୍ଷା ବାବଦରେ ସଚେତନ କରାଇବା ଆବଶ୍ୟକ ବୋଲି ମତ ଦେଇଥିଲେ। ଜଙ୍ଗଲ ରେ ନିଆଁ ଲଗାଇବା ଦ୍ୱାରା ଜଙ୍ଗଲର ବୃକ୍ଷଲତା ଓ ଜୀବଜନ୍ତୁଙ୍କର ଯେ ଖାଲି କ୍ଷତି ହେଉଛି ତାହା ନୁହେଁ, ଏହା ପରିବେଶ କୁ ନଷ୍ଟ କରୁଥିବାରୁ ମଣିଷ ସମାଜକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି କହିଥିଲେ। ଏଣୁ ଜଙ୍ଗଲ ଆମର ଭାଇ ବୋଲି ଅବିହିତ କରି ଜଙ୍ଗଲରେ ନିଆଁ ନ ଲଗାଇବାକୁ ସମସ୍ତେ ସପଥ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ