ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ବାଲେଶ୍ୱର ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ମତ୍ସ୍ୟ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲମ୍ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଏବଂ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି Iଏହି କ୍ରମରେ ରେମୁଣାଠାରେ ନିର୍ମାଣାଧୀନ ‘ହାଇଜେନିକ ଫିସ ମାର୍କେଟ’ କାର୍ଯ୍ୟର ସମୀକ୍ଷା କରିବା ସହିତ ସମ୍ପୃକ୍ତ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଯଥାଶୀଘ୍ର ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେI ପରେ ପରେ ବାଲେଶ୍ୱର ଜୋନ ଅନ୍ତର୍ଗତ ୩ଟି ଜିଲ୍ଲା ଯଥା ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟ ସମୀକ୍ଷା କରିବା ସହିତ ବିଭିନ୍ନ ସରକାରୀ ଯୋଜନାଗୁଡିକର ଧାର୍ଯ୍ୟ ଲକ୍ଷ୍ୟକୁ ଯଥା ଶୀଘ୍ର ପୁରଣ କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ୧୪ତମ ଜାତୀୟ ମତଦାତା ଦିବସର ଶପଥ ପାଠ କରାଯାଇଥିଲା I ଏହି ବୈଠକରେ ବାଲେଶ୍ୱର ଜୋନ ଉପମତ୍ସ୍ୟ ନିର୍ଦ୍ଦେଶକ, ତିନୋଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ ଓ ବୈଷୟିକ ମତ୍ସ୍ୟ ସହାୟକମାନେ ଉପସ୍ଥିତ ଥିଲେ Iଉକ୍ତ ସମୀକ୍ଷା ବୈଠକ ସମାପନ ପରେ ବସ୍ତା ବ୍ଲକର ବାହାର୍ଦ୍ଦାଠାରେ ନିର୍ମାଣ ହେବାକୁ ଥିବା ‘ହୋଲସେଲ ଫିସ୍ ମାର୍କେଟ’ ର ସ୍ଥାନ ପରିଦର୍ଶନ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟାରମ୍ଭ ନିମନ୍ତେ ଉଚିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ