ରସାଳପୁର କପିଳମୁନି ଉଦ୍‌ଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ରସାଳପୁର କପିଳମୁନି ସାଂସ୍କୃତିକ ଓ ଆଧ୍ୟାମିôକ ଚେତନା ପରିଷଦ ଆନୁକୂଲ୍ୟରେ ତା ୧୫-୦୧-୨୪ ରିଖରୁ ଆରମ୍ଭ ହୋଇଥିବା କପିଳମୁନି ମକର ମୁନିମେଳା ତା ୨୩-୦୧-୨୪ ରିଖରେ ଉଦ୍‌ଯାପିତ ହୋଇଯାଇଅଛି । ମହୋତ୍ସବର ପ୍ରଥମ ଦିନରେ ବିଷ୍ଣୁଶାନ୍ତି ମହାଯଜ୍ଞର କଳସ ଯାତ୍ରା ଗ୍ରାମବାସୀମାନଙ୍କ ଦ୍ୱାରା କରାଯାଇ ୧୦୮ କଳସ ସ୍ଥାପନ କରାଯାଇଥିଲା । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର ୩୨ ବେଶ ଓ ଦଶ ଅବତାର ରୂପ ନୀଳଗିରି ମହାରାଣୀ ଶ୍ରୀମତୀ ମଞ୍ଜରୀ ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ଉଦ୍‌ଘାଟନ ଉତ୍ସବରେ ସଭାପତି ଡାକ୍ତର ସତ୍ୟନାରାୟଣ ମହାପାତ୍ର ଓ ସମାଜସେବୀ ଦୀପକ କୁମାର ମଲ୍ଲିକ, ପରିଷଦର ଉପଦେଷ୍ଟା ହିମାଂଶୁ ଶେଖର ଦାସ, ବିକାଶ କୁମାର ଦାସ, ସଂପାଦକ ଗଗନ କୁମାର ବେହେରା, ସଂଯୋଜକ ଯୁଗଳ କିଶୋର ମହଲ ଓ ଉପସଭାପତି ରମାକାନ୍ତ ବେହେରା ତଥା କୋଷାଧ୍ୟକ୍ଷ ଅସିତ୍ କୁମାର ସାହୁ ଏବଂ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ହୋଇଥିଲେ । ତୃତୀୟ ଦିବସରେ ଆୟୁଷ ବିକାଶ ମଂଚ ଓ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ନିଃଶୁଳ୍କ ଆୟୁଷ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ୩୦୦ରୁ ଅଧିକ ରୋଗୀମାନଙ୍କୁ ଚିକିତ୍ସା କରିବା ସହିତ ଔଷଧ ବିତରଣ ଓ ଯୋଗ ଚିକିତ୍ସା କରାଯାଇଥିଲା । ଏହି ଆୟୁଷ ସ୍ୱାସ୍ଥ୍ୟ ଶିବିର ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପ୍ରଧାନ, ସଭାପତି ଜିଲ୍ଲା ପରିଷଦ, ମୁଖ୍ୟବକ୍ତା ଶ୍ରୀ ସୁଦର୍ଶନ ଜେନା, ପ୍ରାକ୍ତନ ବିଧାୟକ ଯୋଗଦାନ କରିଥିଲେ । ୯ମ ଦିନ ତଥା ଉଦ୍‌ଯାପନୀ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟବକ୍ତା ଶ୍ରୀମତୀ ମମତା ମହାପାତ୍ର, ସମ୍ମାନୀୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ କପିଳମୁନିଙ୍କ ମାହାତ୍ମ୍ୟ ଓ ଐତିହ୍ୟ ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ଡାକ୍ତର ସତ୍ୟନାରାୟଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ହିମାଂଶୁ ଶେଖର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଏବଂ ଉପଦେଷ୍ଟା ବିକାଶ କୁମାର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ୯ଦିନ ଧରି ଉକ୍ତ ମେଳାରେ ଓଡ଼ିଶା ସରକାର ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ ବେଶ, ମୀନାବଜାର, ଯାଦୁ ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ତଥା ଆଖପାଖ ପଞ୍ଚାୟତର ଲକ୍ଷେରୁ ଊର୍ଦ୍ଧ୍ୱ ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସଭାପତି ଡ. ସତ୍ୟନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ରମାନାଥ ବେହେରା, ସଂପାଦକ ଗଗନ ବିହାରୀ ବେହେରା, କୋଷାଧ୍ୟକ୍ଷ ଅସିତ୍ କୁମାର ସାହୁ, ସଂଯୋଜକ ଯୁଗଳ କିଶୋର ମହଲ, ଉପଦେଷ୍ଟା ହିମାଂଶୁ ଶେଖର ଦାସ, ବିକାଶ ଦାସ, ସଭ୍ୟ ଶରତ କୁମାର ସେଠୀ, ସତ୍ୟନାରାୟଣ ଘଣ୍ଟା, ରବୀନ୍ଦ୍ର ଘଡ଼ାଇ, ସୌମେନ୍ଦ୍ର ନାରାୟଣ ମହାପାତ୍ର, ରାମଚନ୍ଦ୍ର ମହାରଣା, ସଞ୍ଜୟ କୁମାର ମହଲଙ୍କ ସମେତ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ