ଭଞ୍ଜନଗର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୫ ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି ।ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବାମିତ୍ର ହରପାଲ୍,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ | ସେହିପରି ଭଞ୍ଜନଗର ଅଟୋ ଚାଳକ ସଙ୍ଘ, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ବରିଷ୍ଠ ନାଗରିକ ମଞ୍ଚ ଓ ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣତନ୍ତ୍ର ଦିବସ ପାଳନ ହୋଇଛି।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ଼ ଦର୍ଶକ ଙ୍କୁ ଆକର୍ଷଣ କରିଥିଲା।ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା|ସେହିପରି ବାଉଁଶ ଲୁଣ୍ଡି ର ସର୍ବ ପୁରାତନ ପାଠାଗାର ରାଧା କୃଷ୍ଣ ପାଠଗର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ