ଭଞ୍ଜନଗର ବିଜେପି ତରଫରୁ ବୁଥ୍ ଚାଲ୍ ଅଭିଯାନ କର୍ମଶାଳା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିଜେପି ତରଫରୁ ବେଲଗୁଣ୍ଠା ରୋଡ଼ ସ୍ଥିତ ଝାଙ୍କରେଈ ମନ୍ଦିର ଠାରେ ବୁଥ୍ ଚାଲ୍ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥିଭାବେ ବିଜେପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ ନାୟକ , ବୁଥ୍ ଚାଲ୍ ଅଭିଯାନ କର୍ମଶାଳା ଲକ୍ଷ୍ୟ ଉଦ୍ଧେଶ୍ୟରେ ବିଧାନସଭା ସଂଯୋଜକ ତଥା ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ନୀଳମାଧଵ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଝାଇଥିଲେ | ଉକ୍ତ ବୈଠକ ରେ ବରିଷ୍ଠ ବିଜେପି ନେତା ବିନାୟକ ତ୍ରୀପାଠୀ ସ୍ୱାଗତ ଭାଷଣ ଦେଇଥିଲେ | ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଥିବା ସମସ୍ତ ବୁଥ କୁ ସଜାଡ଼ିବା ସହ ବୁଥ ସ୍ତରରେ କିପରି ସଂଗଠନ ସୁଦୃଢ କରିବ ସେ ବିଷୟରେ ଆଲୋଚନା ହୋଇଥିଲା। ବିଜେପି ଘୁମୁସର ଜିଲ୍ଲା ଉପସଭାପତି ସନ୍ତୋଷ ତିଆଡ଼ି ଉକ୍ତ ସଭାକୁ ପରିଚାଳନା କରିଥିବାବେଳେ ମଞ୍ଚ ଉପରେ ପ୍ରଦୀପ ସାହୁ , ସନ୍ତୋଷ ପାଳ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ | ଏହି କର୍ମଶାଳା ରେ ୭ ମଣ୍ଡଳ ସଭାପତି ଙ୍କ ସହିତ ପ୍ରତି ଶକ୍ତି କେନ୍ଦ୍ରର ତ୍ରିଦେବ ଏବଂ ମଣ୍ଡଳ କମିଟି ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଶିବପ୍ରସାଦ ମହାପାତ୍ର , ମାନସ ଜେନା , ବିଷ୍ଣୁ ପ୍ରଧାନ , ଧୋବା ଗୌଡ଼ , ବ୍ରହ୍ମାନନ୍ଦ ଦାଶ , ସୁବାଷ ପ୍ରଧାନ , ସନ୍ତୋଷ ବିଷୋୟୀ , ଅଜିତ ନାୟକ ପ୍ରମୁଖ ଯୋଗଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ