ବେଲଗୁଣ୍ଠାରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଯୁବ ଭୋଟରଙ୍କୁ ଭୋଟ ଦାନ ସମ୍ପର୍କରେ ବେଲଗୁଣ୍ଠାର ପ୍ରତ୍ଯେକ ବୁଥ୍ ରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ପ୍ରତ୍ୟେକ ବୁଥ୍ ରେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜର ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଯୁବ ମତଦାତା ମାନଙ୍କୁ ନିରପେକ୍ଷ ମତଦାନ ସମ୍ପର୍କରେ ସଚେତନ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠାରେ ବିଏଲ୍ଓ ସୁପରଭାଇଜର ଭାବେ କାର୍ଯ୍ୟରତ ଶିକ୍ଷକ ମୋହନ ସେଠୀ ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଣିଛନ୍ତି I ସେ ଜିଲ୍ଲାର ଜଣେ ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର ଭାବେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଠାରୁ ପ୍ରଶଂସା ପତ୍ର ଏବଂ ଟ୍ରଫି ଗ୍ରହଣ କରିଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର ଭାବେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଶ୍ରେଷ୍ଠ ବିଏଲ୍ଓ ଭାବେ ଗୀତାଞ୍ଜଳି ରଥ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି I ଉଭୟ ଜିଲ୍ଳା ଏବଂ ଉପଖଣ୍ଡ ସ୍ତରରେ ପୁରସ୍କୃତ ହୋଇଥିବା ବିଏଲ୍ଓ ସୁପରଭାଇଜର ଏବଂ ବିଏଲ୍ଓଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ