ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାଷ୍ଟର୍ ଟ୍ରେନର୍ ଅର୍ଚ୍ଚନା ବିଶ୍ୱାଳ, ସୁରଭି ବେହେରା ଏବଂ ବର୍ଷା ରାଣୀ ସ୍ୱାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ପ୍ରଦାନ କରିଛନ୍ତି I ଏହି କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପୀ ହେବାକୁ ଥିବା ବେଳେ ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରୁଛନ୍ତି I ଅଧ୍ୟାପକ ରାଧା ମାଧବ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ