ଶାସନରେ କିଶୋରୀ ମେଳା-୨୦୨୩/୨୪ ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଶାସନ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ସୋପାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭଞ୍ଜନୀ ନାଇକ, ସମିତିସଭ୍ୟା ପିନାକୀନି ବିଷୋୟୀ , ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ, ସମାଜସେବୀ ବ୍ରଜବନ୍ଧୁ ବିଷୋୟୀ,ସୁଶାନ୍ତ କୁମାର ଗୌଡ଼,ସିଏଚ୍ଓ ସୁଚିତ୍ରା ଗୌଡ଼,ସ୍ୱାସ୍ଥ୍ୟକର୍ମୀ ମମତା ଶତପଥୀ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ କିଶୋରୀ ମାନଙ୍କ ପୁଷ୍ଟି ସାଧନ,କିଶୋରୀଙ୍କ ପାଇଁ ଥିବା ବିଭିନ୍ନ ସରlକାରୀ ଯୋଜନା,ବାଲ୍ୟ ବିବାହକୁ ରୋକିବା ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଚିତା, ବକ୍ତୃତା, ନୃତ୍ୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ କିଶୋରୀମାନଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ I ଏହା ସହିତ କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟ ଏବଂ ପନିପରିବା ଷ୍ଟଲ୍, ଅରୁଣିମା ତାଲିକା ଅନୁଯାୟୀ ଖେଳନା ପୋଷ୍ଟର୍ ଷ୍ଟଲ୍, କିଶୋରୀଙ୍କ ରକ୍ତପରୀକ୍ଷା ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା I କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଝୂନି ଗୌଡ଼, ଗୀତାଞ୍ଜଳି ପରିଡ଼ା, ଆରତୀ ମହାରଣା,ମମତା କୁମାରୀ ମହାନ୍ତି, ଶଙ୍କରୀ ସିଅ, ସୁମତି ପ୍ରଧାନ,ଟୁକୁନି ପରିଡ଼ା, ରଶ୍ମିତା ଗୌଡ଼ ଏବଂ ସମସ୍ତ ଆଶାକର୍ମୀ ପରି ଚାଳନା କରିଥିଲେ I ଅଙ୍ଗନୱାଡ଼ି କର୍ମୀ ସୁମତି ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ