ଦୋନୁରୁ ସରକାରୀ ହାଇସ୍କୁଲର ବିଦ୍ୟାର୍ଥୀ ରାଜ୍ୟସ୍ତରୀୟ ହକି ଖେଳ ପାଇଁ ଚୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅନ୍ତର୍ଗତ ଦୋନୁରୁ ହାଇସ୍କୁଲର ଛାତ୍ରଛାତ୍ରୀମାନେ ହକି ଖେଳରେ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦେଇ ବେଶ ସୁନାମ ଅର୍ଜନ କରିଛନ୍ତି. ଯାହାକି ଗଜପତି ଜିଲ୍ଲା ପାଇଁ ଏକ ଗର୍ବ ଗୌରବର କାରଣ. ହେଲେ ଏହି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଆବଶକ୍ୟ ହକି ଖେଳ ସାମଗ୍ରୀ ଦିଆଯାଉନାହିଁ. ହକି ଖେଳିବା ପାଇଁ ମଧ୍ୟ ଆବଶକ୍ୟ ଖେଳ ପଡିଆର ଅଭାବ ଏଠାରେ ରହିଛି. ଏଠାରେ ସୂଚନାଯୋଗ୍ୟଯେ, ଗୋଷାଣୀ ବ୍ଳକ୍
ଦୋନୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ ହକି ଖେଳ ପ୍ରତଯୋଗିତାରେ ଭାଗ ନେଇ ଅନେକ ମେଡାଲ ଜିତିବା ସହ ନିଜ ସ୍କୁଲ ଏବଂ ଗଜପତି ଜିଲ୍ଲା ପାଇଁ ଅନେକ ପ୍ରଶଂସା ସାଉଟିଛନ୍ତି ଏବଂ ଜିଲ୍ଲା ପ୍ରଶାସନର ସୁନାମ ଅର୍ଜନ କରିଛନ୍ତି । ଗଜପତି ଜିଲ୍ଲା ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏକ ଗର୍ବର ବିଷୟ ଯେ ଗୋଷାଣୀ ବ୍ଳକ୍ ଦୋନୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ହକି ଖେଳ ପାଇଁ ରାଜ୍ୟ ସ୍ତରୀୟ ହକି ଖେଳ ଟୁର୍ଣାମେଣ୍ଟରେ ଖେଳିବା ପାଇଁ ଚୟନ ହୋଇଥିବା ବେଳେ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ସହ ଖେଳକୁଦ ପାଇଁ ବି ଅଧିକ ଅତି ଗୁରୁତ୍ୱ ଦେଉଥିବା ବେଳେ ଏହି ସ୍କୁଲର ଯେଉଁ ପିଲା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ହକି ଖେଳ ପାଇଁ ଚୟନ ହୋଇଛନ୍ତି ସେମାନଙ୍କ ନିମନ୍ତେ ହକି ଖେଳ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ଅଭାବ ଥିବା ଜଣା ପଡ଼ିଛି । ବର୍ତ୍ତମାନ ସ୍ଥାନୀୟ ସ୍କୁଲର ଖେଳ ଶିକ୍ଷକ ଏମ୍ ସୁନୀଲ ରେଡ୍ଡୀ ନିଜ ଦରମା ଟଙ୍କାରୁ କିଛି ହକି ଖେଳ ପାଇଁ ଆବଶ୍ୟକ ଥିବା ଜିନିଷ କିଣି ଆମକୁ ଦେଉଛନ୍ତି ବୋଲି ସ୍କୁଲର ଛାତ୍ରଛାତ୍ରୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଦୁଃଖର ବିଷୟ ଏହି ଯେ, ଆମମାନଙ୍କ ଖେଳ ଅଭ୍ୟାସ କରିବା ନିମନ୍ତେ ନିଜ ସ୍କୁଲ୍ ରେ ଭଲ ଖେଳ ପଡିଆ ନ ଥିବା ହେତୁ ଏହି ସ୍କୁଲ ଛାତ୍ର ଛାତ୍ରୀ ମାନେ ପାଣି ସୁଖିଯାଇଥିବା ବିରାଟ ବନ୍ଧର ଶୁଷ୍କ ଭାଗରେ ହକି ଖେଳ ଅଭ୍ୟାସ କରୁଛନ୍ତି। ତେଣୁ, ସେଠି ଖେଳ ଅଭ୍ୟାସ କଲା ବେଳେ ନାନା ସମସ୍ୟା ଦେଖାଯାଉଛି ବୋଲି ଗଣ ମାଧ୍ୟମ ଜରିଆରେ ଛାତ୍ର ଛାତ୍ରୀମାନେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବା ସହ ଜିଲ୍ଲା ପ୍ରଶାସନଙ୍କୁ ଉତ୍ତମ ଖେଳ ପଡିଆ ଯୋଗାଇ ଦେବା ସହ ଆବଶ୍ୟକ ଥିବା ହକି ଖେଳ ଜିନିଷ ଯୋଗାଇଦେବା ନିମନ୍ତେ ଅନୁରୋଧ କରିଛନ୍ତି। ତେଣୁ ଆଗକୁ ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଖବର ପ୍ରସାରଣ ହେଲା ପରେ କେବେ ଆମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ପହଞ୍ଚି ଏ ସମସ୍ୟା ସମାଧାନ କରିବେ!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ